କେଉଁଥିରେ ହେଉଥିଲା ଛେଳି କିଣାବିକା, ପଢନ୍ତୁ

0

ଓଡ଼ିଶା ଫାଷ୍ଟ(ବିଦ୍ୟାଧର): କଳାହାଣ୍ଡି ଧର୍ମଗଡ ପୋଲିସକୁ ସଫଳତା, ନକଲି ନୋଟ କାରବାର ରେ ସଂପୃକ୍ତ ଥିବା ଦୁଇ ଜଣଙ୍କୁ ଧରିବାରେ ସଫଳ ହୋଇଛି । ସେମାନଙ୍କଠାରୁ ୧୭ ହଜାର ଟଙ୍କାର ନକଲି ୫୦୦ ଟଙ୍କିଆ ନୋଟ ଜବତ କରିଛି ପୋଲିସ ।

ସୂଚନା ଅନୁଯାୟୀ, ଧର୍ମଗଡ଼ ବ୍ଳକ ଟିପିଗୁଡା ଗ୍ରାମର ଧନିରାମ ନାଏକଙ୍କ ଅଭିଯୋଗ କ୍ରମେ ଗଡିଆଯୋର ଗ୍ରାମର କୁଲମଣି ନାଏକ ଓ କୁଟ୍ରୁ ଗ୍ରାମର ରାଜେନ୍ଦ୍ର ଭୋଇ ଏହି ନକଲି ନୋଟ କାରବାରରେ ସଂପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଥିଲା । ଚଢାଉ ବେଳେ ଏମାନଙ୍କ ପାଖରୁ ୧୭ ହଜାର ଟଙ୍କାର ନକଲି ୫୦୦ ଟଙ୍କିଆ ନୋଟ ଜବତ ହୋଇଛି । ଛେଳି କିଣା ବିକାରେ ଏହି ଜାଲ ନୋଟ କାରବାର ହୋଉଥିଲା । ଜାଲ ନୋଟର ଚେର ଆନ୍ଧ୍ରପ୍ରଦେଶ ଯାଏଁ ଲମ୍ବି ଥିବା ଅଭିଯୁକ୍ତଙ୍କ ବୟାନରୁ ଜଣାପଡ଼ିଛି । ଏନେଇ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରି ସୁରେନ୍ଦ୍ରନାଥ ଶତପଥୀ ପ୍ରେସମିଟ ରେ ସୁଚନା ଦେଇଥିଲେ । ଦୁଇ ଅଭିଯୁକ୍ତକୁ ଧର୍ମଗଡ ପୋଲିସ ଆଜି କୋର୍ଟ ଚାଲାଣ କରିଛି।

Leave A Reply

Your email address will not be published.