ଆମ୍ବୁଲାନ୍ସରୁ କଣ ବାହାରିଲା ପଢନ୍ତୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆମ୍ବୁଲାନ୍ସ ରୋଗୀଙ୍କ ପାଖକୁ ଠିକ ସମୟରେ ପହଞ୍ଚିପାରୁ ନଥିବାବେଳେ ମାଲକାନଗିରି ଜିଲ୍ଲାରେ ଏଥିରେ ଗଞ୍ଜେଇ ଚାଲାଣ ହେଉଥିବା ଦେଖିବାକୁ ମିଳିଛି । ଯାହାକି ମୁଦୁଲିପଡା ପୋଲିସ ଜବତ କରିଛି ।

ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲାରେ ଗଞ୍ଜେଇ ଚାଲାଣ କାରୀ ମାନେ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ କରୁଥିବା ଦେଖିବାକୁ ମିଳିଛି । ଆଜି ଏକ ଆମ୍ବୁଲାନ୍ସ ରେ ଗଞ୍ଜେଇ ନେଉଥିବା ବେଳେ ମୁଦୁଲିପଡା ପୋଲିସ ଏହାକୁ ଜବତ କରିଛି ।

ମୁଦୁଲିପଡା ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଏକ ଆମ୍ବୁଲାନ୍ସ କୁ ଚେକ କରିଥିଲା । ସେଥିରେ ସେ ରୋଗୀ ବଦଳରେ ପାଇଥିଲା ସାଢ଼େ ତିନି ବସ୍ତା ଗଞ୍ଜେଇ । ଡ୍ରାଇଭର ନିଜକୁ ବଞ୍ଚେଇବାକୁ ଯାଇ ଖଇରପୁଟ ମାଥିଲି ରାସ୍ତାକୁ ଯିବା ସମୟରେ କଲୋନୀ ସାହି ପାଖରେ ଗାଡିଟି ଭାରସ୍ୟାମ ହରାଇ ରାସ୍ତା କଡ଼କୁ ଚାଲି ଯାଇଥିଲା । ପରେ ମୁଦୁଲିପଡା ପୋଲିସ ସାଢ଼େ ତିନି ବସ୍ତା ଗଞ୍ଜେଇ ଗାଡ଼ିରୁ ଖାଲି କଲା ପରେ ଆମ୍ବୁଲାନ୍ସ ଟିକୁ ବାହାର କରି ମୁଦୁଲିପଡା ଥାନା କୁ ନେଇଥିଲା । ଏହି ଘଟଣା ପରେ ଡ୍ରାଇଭର ଫେରାର ହୋଇଯାଇଥିଲା । ପୋଲିସ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରି ନ ଥିବା ସୂଚନା ମିଳିଛି ।

Leave A Reply

Your email address will not be published.