ଏଣିକି ବିନା ଲିଙ୍କରେ ହ୍ବାଟସଆପ୍ ଚଲାଇ ପାରିବେ ୱିଣ୍ଡୋଜ୍ ବ୍ୟବହାରକାରୀ ; ଜାଣନ୍ତୁ କିଭଳି ଉଠାଇବେ ଲାଭ

ୱିଣ୍ଡୋଜ୍ ବ୍ୟବହାରକାରୀଙ୍କ ପାଇଁ ଏକ ଆପ୍ ଭାବରେ ଉପଲବ୍ଧ ହେବ ମେଟା ଅଧୀନ ହ୍ବାଟସଆପ୍ । ଏଣିକି ଆଉ ୱିଣ୍ଡୋଜ୍ ବ୍ୟବହାରକାରୀଙ୍କୁ ବାର୍ତ୍ତା ପଠାଇବା କିମ୍ବା ଗ୍ରହଣ କରିବା ପାଇଁ ଫୋନକୁ ଲିଙ୍କ୍ କରିବାକୁ ପଡିବ ନାହିଁ, ଆପଣ କେବଳ ଲାପଟପରେ ଆପ୍ ଡାଉନଲୋଡ୍ କରି ଅନ୍ୟ ଆପ୍ ଭଳି ହ୍ବାଟ୍ସଆପ୍ ବ୍ୟବହାର କରିପାରିବେ । ହ୍ବାଟସ୍ ଆପ୍ ପ୍ରକାଶ କରିଛି ଯେ, ଆପ୍ ବେଟା(Beta) ବାହାରେ ଏବଂ ମାଇକ୍ରୋସଫ୍ଟ ଷ୍ଟୋର୍ରେ ଡାଉନଲୋଡ୍ କରିବାକୁ ଉପଲବ୍ଧ ହେବ ।
ପୂର୍ବରୁ, ୱିଣ୍ଡୋଜ୍ ବ୍ୟବହାରକାରୀଙ୍କୁ ହ୍ବାଟସ୍ ଆପରେ ୱେବ୍ ଆଧାରିତ ଡେସ୍କଟପ୍ ଆପ୍ ଡାଉନଲୋଡ୍ କରିବାକୁ କିମ୍ବା ସେମାନଙ୍କ ୱେବ୍ ବ୍ରାଉଜରରୁ ମେସେଜିଂ ସେବା ପାଇବାକୁ ପଡୁଥିଲା । ନୂତନ ଆପ୍ ୱିଣ୍ଡୋଜ୍ ଫଳରେ ହ୍ବାଟସ୍ ଆପ୍ ଆପଣଙ୍କୁ ଖୁବଶୀଘ୍ର ଏବଂ ଦ୍ରୁତତମ ପ୍ରତିକ୍ରିୟା ଦେବାରେ ସକ୍ଷମ ହେବ ବୋଲି ରିପୋର୍ଟରେ କୁହାଯାଇଛି ।
ତେବେ ଆପ୍ର ପୂର୍ବ ସଂସ୍କରଣ ଅନୁସାର ଏତେଟା ପରିବର୍ତ୍ତନ ଆସିନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେଉଛି ଯେ, ଫୋନ୍ ଏବଂ ଡେସ୍କଟପ୍ ଆପ୍ ମଧ୍ୟରେ ମେସେଜ୍ sync କରିବାକୁ ଉପଭୋକ୍ତାମାନେ ଆଉ ନିଜ ଫୋନକୁ ଅନଲାଇନରେ ରଖିବାକୁ ପଡିବନି । ହ୍ବାଟସ୍ ଆପ୍ କହିଛି ଯେ, ଏହା ବର୍ତ୍ତମାନ macOS ପାଇଁ କାମ କରୁଛି ।