କୁଆଡ଼େ ଗଲା ଦୁଇ ଗୁଣ ଏମଏସପି କହି ରାଇଘରରେ କେନ୍ଦ୍ରକୁ ପ୍ରଶ୍ନ କଲେ ନବୀନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିର୍ବାଚନ ପ୍ରଚାର ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବରଙ୍ଗପୁର ଗ୍ରସ୍ତ କରିଛନ୍ତି । ନବରଙ୍ଗପୁର ରାଇଘରରେ ନିର୍ବାଚନୀ ସଭାରେ ଆୟୋଜନ କରାଯାଇଥିଲା ।
ଏହି ସଭାରେ ମୁଖ୍ୟମନ୍ତ୍ରୀ କହିଥିଲେ, ବିଜେଡି ଇସ୍ତାହାରରେ ଚାଷୀଙ୍କୁ ପ୍ରାଥମିକତା ଦିଆଯାଇଛି । ରାଜ୍ୟ ସରକାରଙ୍କ ଦ୍ଵାରା ଘୋଷିତ କାଳିଆ ଯୋଜନାରୁ ଜଣେ ବି ଚାଷୀକୁ ବଞ୍ଚିତ ହେବାକୁ ଦିଆଯିବ ନାହିଁ ।

ରାଇଘରରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ନବୀନ ପଟ୍ଟନାୟକ । ବନ୍ୟା, ବାତ୍ୟା ଓ ମରୁଡି ଆଦି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିଜେପି ନେତାମାନେ ଓଡିଶା ମାଟି ମାଡି ନ ଥିବା ବେଳେ ଏବେ ଭୋଟ୍‌ ମାଗିବାକୁ ଆସୁଛନ୍ତି । ଅନୁସୂଚିତ ଜାତି ଏବଂ ଜନଜାତି ପିଲାଙ୍କ ସ୍କୋଲରସିପ୍‌କୁ କେନ୍ଦ୍ର ସରକାର କମାଇ ଦେଇଛନ୍ତି । କେନ୍ଦ୍ର କେବିକେ ଯୋଜନା ବନ୍ଦ କରିଛି ।

କେନ୍ଦ୍ରର ବଡ଼ ବଡ଼ ନେତାମାନେ ୫ ବର୍ଷରେ ଥରେ ହେଲେ ଓଡ଼ିଶା ଆସିନାହାନ୍ତି । ନିର୍ବାଚନ ଥିବାରୁ ଓଡ଼ିଶା ଚାଲି ଆସୁଛନ୍ତି । ଆହୁରି ମଧ୍ୟ ନବୀନ କହିଛନ୍ତି, କୁଆଡ଼େ ଗଲା ଦୁଇ ଗୁଣ ଏମଏସପି ? କୁଆଡ଼େ ଗଲା ନବରଙ୍ଗପୁର ପାଇଁ ନୂଆ ରେଳଲାଇନ୍ ? ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ କାମ କରିବି । ଓଡ଼ିଶା ପ୍ରତି କ୍ରମାଗତ ଅବହେଳା ହେଉଥିବା ଅଭିଯୋଗ କରି ପ୍ରଧାନମନ୍ତ୍ରୀଙ୍କୁ ଜନସାଧାରଣ ପ୍ରଶ୍ନ କରିବାକୁ ଆହ୍ୱାନ କରିଥିଲେ । ଏହାସହ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ନବୀନ ।

Leave A Reply

Your email address will not be published.