ଓଡିଶାର କେଉଁଠି ମିଳିବ କୋରୋନା ଔଷଧ, ପଢନ୍ତୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡିଶାରେ ମିଳିବ କୋରୋନା ଔଷଧ । ବଜାରରେ ଖୁବଶୀଘ୍ର ବିକ୍ରି ହେବ ଫାଭିପିରାଭିର ଟାବଲେଟ ଓ ରେମଡେସିଭିର ଇଞ୍ଜେକସନ୍ । ଏନେଇ ରାଜ୍ୟକୁ ଅନୁମତି ଦେଇଛି ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ । କେନ୍ଦ୍ରର ଅନୁମତିକୁ ଭୁବନେଶ୍ବର ଡ୍ରଗ୍ସଷ୍ଟିକ ସଂଘ ସ୍ବାଗତ କରିଛି ।

ସମଗ୍ର ବିଶ୍ୱରେ କରୋନା ତା’ର କାୟା ବିସ୍ତାର କରିଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଅନେକ ଦେଶ କରୋନା ଟୀକା ପ୍ରସ୍ତୁତିରେ ଲାଗିପଡିଛନ୍ତି । ମାତ୍ର କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ଫଳପ୍ରଦ ସାବ୍ୟସ୍ତ ହୋଇଥିବା ଫାଭିପିରାଭିର ଟାବଲେଟ ଓ ରେମଡେସିଭିର ଇଞ୍ଜେକସନ୍ ବିକ୍ରି ପାଇଁ ରାଜ୍ୟକୁ ମିଳିଛି ଅନୁମତି । କିନ୍ତୁ ସମସ୍ତ ଦୋକାନୀ ଏହି ଔଷଧ ବିକ୍ରି କରିପାରିବେ ନାହିଁ । କେବଳ ଲାଇସେନ୍ସ ପ୍ରାପ୍ତ ମେଡିକାଲ ଷ୍ଟୋରରେ ଉପଲବ୍ଧ ହେବ ମେଡିସିନ । ଯାହା ମେଡିକାଲ କ୍ୟାମ୍ପସ ଭିତରେ ଏବଂ ମେଡିକାଲର ଆଖପାଖ ମେଡିକାଲ ଷ୍ଟୋରରେ ମିଳିବ । କୌଣସି କରୋନା ଆକ୍ରାନ୍ତ ବ୍ୟକ୍ତି ପ୍ରେସକ୍ରିପ୍ପସନ ଦେଖାଇ ମେଡ଼ିସିନ କିଣିପାରିବ । କିନ୍ତୁ ମେଡ଼ିସିନ ଷ୍ଟୋର ପ୍ରେସକ୍ରିପ୍ପସନକୁ ସ୍କାନ କରିବା ସହ ରୋଗୀଙ୍କର ସମ୍ପୂର୍ଣ୍ଣ ଠିକଣା ରଖିବେ । ଏହି ମେଡ଼ିସିନ ଦାମ ପାଖାପାଖି ୧୦୩ ଟଙ୍କା ରହିଥିବା ବେଳେ ବର୍ତ୍ତମାନ ଏହାର ଦାମ ୭୫ ଟଙ୍କା ରହିଛି । ଆଗାମୀ ଦିନରେ ଅଧିକରୁ ଅଧିକ କମ୍ପାନୀ ଆସିଲେ ଏହାର ଚାହିଦା ବଢିବା ସହ ଦାମ ମଧ୍ୟ କମିବ ବୋଲି ଡ୍ରଗ୍ସ ହାଉସ ସଙ୍ଘ ସଭାପତି କହିଛନ୍ତି । ସେହିପରି ଆଗକୁ ଏହାର କଳାବଜାରୀ ହେବାର ଅଧିକ ସମ୍ଭାବନା ରହିଥିବାରୁ ଏଥିପ୍ରତି ସରକାର ନଜର ଦେବାକୁ ଡ୍ରଗ୍ସ ହାଉସ ସଙ୍ଘ ସଭାପତି ଅନୁରୋଧ କରିଛନ୍ତି ।

Barta
Sikhsya

Leave A Reply

Your email address will not be published.