ପୃଥକବାସରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜଣେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା କାରଣରୁ ନିଜକୁ ସେଲଫ କ୍ୱାରେଣ୍ଟାଇନ କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍ ଘେବ୍ରିୟସ । ସେ ଟ୍ୱିଟରେ କହିଛନ୍ତି ଯେ ‘ମୁଁ କୋଭିଡ ପଜିଟିଭ୍ ଥିବା ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛି। ମୁଁ ଭଲ ଅଛି ଏବଂ ମୋ ପାଖରେ କିଛି ଲକ୍ଷଣ ନାହିଁ। ହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ପ୍ରୋଟୋକଲ୍ ଅନୁଯାୟୀ ମୁଁ ନିଜକୁ ସେଲ୍ଫ କ୍ୱାରେଣ୍ଟାଇନ କରୁଛି। ମହାମାରୀ ମଧ୍ୟରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶାବଳୀ ପାଳନ କରିବା ଜରୁରୀ ଅଟେ ବୋଲି ସେ କହିଛନ୍ତି। ସଂକ୍ରମଣ ହ୍ରାସ କରିବା ଏବଂ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଭାରକୁ ଦୂର କରିବା ପାଇଁ ସେ ଗୁରୁତ୍ୱାରୋପ କରିଛନ୍ତି।

Leave A Reply

Your email address will not be published.