ଘୋର ଷଡଯନ୍ତ୍ର, ପାରଦା ପଛର ନାୟକ କିଏ ?

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ବଦଳିକୁ ନେଇ ବଦନାମ କରି ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବାକୁ କରାଯାଉଛି ଷଡ଼ଯନ୍ତ୍ର । କିଛି ଡିଜିଟାଲ ମିଡ଼ିଆରେ ଡିଜିଙ୍କ ବିରୋଧରେ ଖବର ପ୍ରକାଶ କରାଯାଇଛି । ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ପୋଲିସ ଅଫିସରଙ୍କ ବଦନାମ ପଛରେ ଷଡ଼ଯନ୍ତ୍ରକାରୀ କିଏ ବୋଲି ଚର୍ଚ୍ଚା ଚାଲିଛି ।

ସୂଚନା ଅନୁଯାୟୀ, ନିର୍ବାଚନ କମିଶନ ତଥା ନିର୍ବାଚନ ପରିଚାଳନା ନିୟମ ଅନୁସାରେ ପୋଲିସ ଅଧିକାରୀ ଓ କର୍ମଚାରୀ ବଦଳି ପ୍ରକ୍ରିୟା ଶେଷ ହୋଇଛି । ଏହି ପ୍ରକ୍ରିୟା ଶେଷ ହେବାର ଠିକ ପୂର୍ବରୁ ପୋଲିସ ଡିଜିଙ୍କ ବିରୋଧରେ ଷଡ଼ଯନ୍ତ୍ର ଆରମ୍ଭ ହୋଇଥିଲା । ତେବେ ଡିଜିଙ୍କୁ ବଦନାମ ପଛରେ ଅସନ୍ତୋଷକାରୀଙ୍କ ହାତ ଥିବା ସନ୍ଦେହ କରାଯାଉଛି । ଏହି ପୋଲିସ ବଦଳି ପକ୍ରିୟା ବେଳେ କିଛି ଅଫିସର ନିଜ ପସନ୍ଦ ମୁତାବକ ଜାଗାକୁ ଯିବାକୁ ଚାହୁଁଥିଲେ । ଏନେଇ ବିଭିନ୍ନ ମହଲରୁ ଡିଜିଙ୍କ ଉପରେ ଚାପ ପକାଇଥିଲେ । ହେଲେ ନିର୍ବାଚନ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିବା ସମ୍ଭାବନା ଥିବାରୁ ଡିଜିପି ଏହାକୁ ଅଗ୍ରାହ୍ୟ କରିଥିଲେ । ଏହାକୁ ନେଇ କିଛି ପୋଲିସ ଅଫିସର ଆସନ୍ତୁଷ୍ଟ ଥିଲେ ।

ସେହିପରି ଡିଜିପିଙ୍କୁ ବଦନାମ କରିବାକୁ ଏକ ଚକ୍ରବ୍ୟୁହ ରଚାଯାଇଛି । ଏହି ଚକ୍ରବ୍ୟୁହର ପରଦା ପଛରେ କିଛି ବରିଷ୍ଠ ପୋଲିସ ଅଧିକାରୀଙ୍କ ହାତଥିବା ଚର୍ଚ୍ଚା ହେଉଛି । ତେବେ ଏ ଷଡ଼ଯନ୍ତ୍ରକାରୀ କିଏ, ତାହା ଉପରେ ଗୁଇନ୍ଦା ନଜର ରଖିଥିବା ଜଣାପଡିଛି ।

Leave A Reply

Your email address will not be published.