କିଏ ହେବ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ? ଚର୍ଚ୍ଚାରେ ଶଶି ଥରୁର ଓ ଗେଲହଟ

0

କିଏ ହେବ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ? ଅକ୍ଟୋବରରେ କଂଗ୍ରେସ ପାଇବା ତାର ନୂଆ ମୁଖିଆ। ଏଥର କଂଗ୍ରେସର ମଙ୍ଗ ଗାନ୍ଧି ପରିବାରର ସଦସ୍ୟ ଧରିବେ ନା ବାହାରର କାହା ହାତକୁ ଯିବ ? ଏ ନେଇ କଳ୍ପନାଜଳ୍ପନାର ଅନ୍ତ ନାହିଁ।

ଏ ନେଇ କଳ୍ପନାଜଳ୍ପନାର ଅନ୍ତ ନାହିଁ। ରାଜନୈତିକ ସ୍ଥିତି ବି ଗୋଳିଆ ଦିଶୁଛି। ଗୋଟିଏ ପଟେ ଗାନ୍ଧି ପରିବାର ବାହାରେ ଜଣଙ୍କୁ ସଭାପତି କରିବା ପାଇଁ ଲବି ଜୋରଦାର ହେଉଥିବାବେଳଳେ ବିଭିନ୍ନ ରାଜ୍ୟ କଂଗ୍ରେସ ପୁଣିଥରେ ରାହୁଲଙ୍କୁ ଅଧ୍ୟକ୍ଷ କରିବା ପାଇଁ ସଙ୍କଳ୍ପ ପାରିତ କରୁଛନ୍ତି। ସେପଟେ ଦଳ ସଭାପତି ନିର୍ବାଚନ ପାଇଁ ଘୋଷଣା କରିବା ପରେ ଭିତିରିଆ ପ୍ରତିଯୋଗିତା ବି ଜୋର ଧରିଲାଣି।

ଏହି ଦୌଡ଼ରେ ପ୍ରଥମେ ଥିରୁଅନନ୍ତପୁରମରର ସାଂସଦ ଶଶି ଥରୁରଙ୍କ ନାଁ ଶୁଣିବାକୁ ମିଳୁଥିବାବେଳେ ଏବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନାଁ ସାମିଲ ହେଲାଣି । ଏ ନେଇ ଶଶି ସୋନିଆଙ୍କୁ ଭେଟିଛନ୍ତି। ସୋମବାର ସୋନିଆ ଗାନ୍ଧି ବିଦେଶ ଗସ୍ତରୁ ଫେରିବା ପରେ ଶଶି ଥରୁର ତାଙ୍କୁ ସାକ୍ଷାତ କରିଥିଲେ। ଏହି ସାକ୍ଷାତ ସମୟରେ କଂଗ୍ରେସର ଅନ୍ୟନେତାମାନେ ବି ଉପସ୍ଥିତ ଥିଲେ। ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା ହୋଇଥିଲା। ଶଶିଙ୍କୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପାଇଁ ସୋନିଆ କୁଆଡେ ଗ୍ରୀନ ସିଗ୍‌ନାଲ ଦେଇଥିବା ଆଲୋଚନା ହେଉଛି।

SOA post below
Leave a comment