ଖାଦ୍ୟ ଖାଇବା ପରେ କାହିଁକି କରାଯାଏ ବଜ୍ରlସନ; ଦୂର ହୁଏ ଶରୀର ଏହିସବୁ ସମସ୍ୟା

0

ଆଜିର ବ୍ୟସ୍ତ ବହୁଳ ଜୀବନ ରେ ପ୍ରାୟ ପ୍ରତିଟି ଲୋକ କିଛିନା କିଛି ରୋଗଦ୍ୱାରା ଗ୍ରାସିତ ହେଉଛନ୍ତି l ଏହାପରେ ଡାକ୍ତରଙ୍କ ନିକଟକୁ ଯାଇ ପଇସା ଖର୍ଚ୍ଚ କରି ଚିକିତ୍ସା ହେବା ସହିତ ଔଷଧ ର ପାର୍ଶ୍ୱ ପ୍ରତିକ୍ରିୟାର ମଧ୍ୟ ଶିକାର ହେଉଛନ୍ତି l କିନ୍ତୁ ଭାରତୀୟ ପୁରୁଣା ଚିକିତ୍ସା ପଦ୍ଧତି ହେଉଛି ଯୋଗ ଯାହା ମନ ଓ ଶରୀର ଉଭୟକୁ ସୁସ୍ଥ ରଖିଥାଏ l ଯୋଗରେ ବିଭିନ୍ନ ପ୍ରକାର ଭେଦ ରହିଛି ଯାହାକୁ ଆସନ କୁହା ଯାଇଥାଏ, କିନ୍ତୁ ଆଜି ଆସନ୍ତୁ ଜାଣିବା ‘ବଜ୍ରlସନ’ ବିଷୟରେ l

ଆସନ୍ତୁ ଆଜି ଜାଣିବା ‘ବଜ୍ରlସନ’ ର ସ୍ୱାସ୍ଥ୍ୟକର ଲାଭ ବିଷୟରେ –

– ‘ବଜ୍ରlସନ’ ବିଶେଷ ଭାବରେ ପେଟର ବିଭିନ୍ନ ସମସ୍ୟାକୁ ଦୂର କରିଥାଏ l ଏହି ଆସନ ଖାଦ୍ୟ ହଜମ କରିବା ସହିତ ପାଚନ ତନ୍ତ୍ରକୁ ସୁରକ୍ଷିତ ରଖିଥାଏ l ତେଣୁ ପ୍ରତିଦିନ ରାତିରେ ଖାଇ ସାରିବା ପରେ ୧୫ ମିନିଟ ରୁ ୩୦ ମିନିଟ ପର୍ଯ୍ୟନ୍ତ ‘ବଜ୍ରlସନ’ କରିବା ଜରୁରୀ l ‘ବଜ୍ରlସନ’ ଗ୍ୟାସ, ଏସିଡ଼ିଟି, ଠାରୁ ମଧ୍ୟ ଦୁରେଇ ରଖିଥାଏ l

– ଯେଉଁ ମହିଳା ମାନେ ଗର୍ଭବତୀ ଅଛନ୍ତି ସେମାନଙ୍କ ପାଇଁ ‘ବଜ୍ରlସନ’ ଖୁବ ଲାଭକାରୀ l ସେମାନେ ଗର୍ଭାବସ୍ଥାରେ ଯଦି ନିୟମିତ ‘ବଜ୍ରlସନ’ କରିବେ ତେବେ ପ୍ରସବ ସମୟରେ ଯନ୍ତ୍ରଣା କମ ହୋଇଥାଏ l ଏହାଛଡା ଋତୁଶ୍ରାବ ସମୟରେ ବିଭିନ୍ନ ପ୍ରକାର ଯନ୍ତ୍ରଣା କମ ହୋଇଥାଏ l ଗର୍ଭାବସ୍ଥା ସମୟରେ ‘ବଜ୍ରlସନ’ କରିବା ଦ୍ୱାରା ପେବ୍ଲିକ ଏରିଆ ମଜବୁତ ହୋଇଥାଏ l

– ‘ବଜ୍ରlସନ’ କରିବା ଦ୍ୱାରା ଶରୀରରେ ବ୍ଲଡ଼ ସ୍ରକୁଲେସନ ଠିକ ଭାବରେ ହୋଇଥାଏ ଓ ହୃଦଘାତ ସମସ୍ୟା ମଧ୍ୟ ଦୂର ହୋଇଥାଏ l ମସ୍ତିଷ୍କ ସୁସ୍ଥ ରହିଥାଏ ଓ ମାନସିକ ଚାପ ଦୂର ହୋଇଥାଏ l

– ‘ବଜ୍ରlସନ’ ହାଡ଼ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଦୂର କରିଥାଏ l ଯେପରିକି ହାଡ଼ କୁ ମଜବୁତ କରିଥାଏ, ହାଡ଼ ର ବିଭିନ୍ନ ରୋଗ ଠାରୁ ଦୂର କରିଥାଏ l

– ‘ବଜ୍ରlସନ’ ଉଚ୍ଚ ରକ୍ତଚାପ ଠାରୁ ଦୁରେଇ ରଖିଥାଏ l ଏହାଛଡା ମାନସିକ ଚାପ ଦୂର କରିଥାଏ l

SOA post below
Leave a comment