ପିଲାଠାରୁ ବୟସ୍କ ବର୍ଗ ପର୍ଯ୍ୟନ୍ତ ବ୍ୟକ୍ତିମାନେ କାହିଁକି ନଖ କାମୁଡନ୍ତି

0

ଆପଣମାନେ ଦେଖିଥିବେ ପୁରୁଷ କିମ୍ବା ମହିଳାମାନେ ଅଧିକାଂଶ ସମୟ ନଖ କାମୁଥିବାର । ପ୍ରତି ୧୫ଜଣରେ ୭ ଜଣ ନଖ କାମୁଡୁଥିବାର ଦେଖାଯାଏ । କେବଳ ଏହା ପିଲାଙ୍କ ବଦଭ୍ୟାସ ନୁହେଁ, ବରଂ ବୟସ୍କ ବର୍ଗର ଲୋକମାନେ ମଧ୍ୟ ନଖ କାମୁଡିଥାନ୍ତି । ନିକଟରେ କାଲିଫର୍ଣ୍ଣଆର ବିଶେଷଜ୍ଞ ଦଳ ଏହା ଉପରେ ଗବେଷଣା କରି କିଛି ରୋଚକ ତଥ୍ୟ ପ୍ରକାଶ କରିଛନ୍ତି ।

-ନର୍ଭସ ରୋଗୀମାନେ ନଖ କାମୁଡିଥାନ୍ତି । ଏହା ଦ୍ୱାରା ସେମାନଙ୍କୁ ମାନସିକ ଶାନ୍ତି ମିଳୁଥିବାର ମତ ମିଳିଛି ।

-ଯେଉଁ ବର୍ଗର ଲୋକମାନେ ନିଜ ମନର କଥା ସହଜରେ କହିପାରନ୍ତି ନାହିଁ । ସେମାନେ ମଧ୍ୟ ନଖ କାମୁଡିଥିବାର ଦେଖାଯାଏ ।

– ଅନେକ ଲୋକଙ୍କର ବିବିନ୍ନ କାମ କରିବ ନିମନ୍ତେ ସାହସ ଜୁଟିନଥାଏ ଏମାନେ ମଧ୍ୟ ନଖ କାମୁଡିଥାନ୍ତି ।

-ମନସ୍ତତ୍ତ୍ୱବିତଙ୍କ ମତରେ ପ୍ରାୟ ୧୨%ରୁ ଅଧିକ ଲୋକ ନଖ କାମୁଡିବାକୁ ଭଲପାନ୍ତି । କାରଣ ଏପରି କଲେ କଷ୍ଟ ଏବଂ ଯନ୍ତ୍ରଣା ହେଲେ ସେମାନଙ୍କୁ ମଜା ଲାଗିଥାଏ ।

-ଅନେକ କର୍ମଜୀବୀ ମଧ୍ୟ ରୀତିମତ ନଖ କାମୁଡିଥାନ୍ତି । ଏହରା ପଛର ମୁଖ୍ୟ କାରଣ ହେଲା ନଖ କାଟିବା ନିମନ୍ତେ ସେମାନଙ୍କ ପାଖରେ ସମୟ ନଥାଏ ।

-ନଖ କାମୁଡୁଥିବାର ଅଧିକାଂଶ ଲୋକ ନିଦ୍ରାହୀନତା ସମସ୍ୟାର ସମ୍ମୁଖୀନ ହେଉଥିବାର ପ୍ରକାଶ ରହିଛି

SOA post below
Leave a comment