କଦଳୀ କାହିଁକି ଶୀଘ୍ର ନଷ୍ଟ ହୋଇଯାଏ ?

ଆପଣ ପ୍ରତିଦିନ କଦଳୀ ଖାଉଥିବେ । କଦଳୀକୁ ହେଲଦି ଫୁଡ ଭାବେ ଗଣାଯାଏ । କିନ୍ତୁ ବେଶୀ ଦିନ ଯାଏ କଦଳୀକୁ ରଖିହୋଇନଥାଏ । ଆପଣ ଦେଖିଥିବେ କଦଳୀ ରଖିବାର ଦିନେ ଦୁଇଦିନ ଭିତରେ ତା ଉପରେ କଳା ରଙ୍ଗର ଚିହ୍ନ ହୋଇଯାଏ । ଯଦିଓ ଅନ୍ୟକିଛି ଫଳ ଉପରେ ଏହା ହୋଇଥାଏ କିନ୍ତୁ କଦଳୀରେ ହେବାର ଏକ କାରଣ ରହିଛି ।
ରିସର୍ଚ୍ଚରୁ ଜଣାପଡିଥିଲା କି କଦଳୀର ଚୋପାରେ ଏଥିଲିନ ଗ୍ୟାସ ରହିଥାଏ । ଏହା ଏଥିରେ ଥିବା କ୍ଲୋରୋଫିଲକୁ ଭାଙ୍ଗିଥାଏ । କ୍ଲୋରୋଫିଲ କଦଳୀକୁ ଗ୍ରୀନ କରାଇଥାଏ । ଯେମିତି ଯେମିତି କଦଳୀର ଚୋପାରେ ଏତିଲିନ ଗ୍ୟାସର ମାତ୍ରା ବଢିଥାଏ ଓ ଅକ୍ସିଜେନସହ ରିଆକ୍ସ ନ ହୋଇତାଏ । ସେମିତି ଏହାର ଗ୍ରୀନ କଲରରେ ଚେଞ୍ଜ ଆସିଥାଏ । ଏହା ସହ ଏଥିରେ ଥିବା ଷ୍ଟାର୍ଚ ସୁଗରରେ କନଭର୍ଟ ହୋଇତାଏ । ଯାହାଫଳରେ କଦଳୀ ମିଠା ହୋଇଯାଇଥାଏ ।
ବୈଜ୍ଞାନିକଙ୍କର କହିବା କଥା କି ଅନେକ ଲୋକଙ୍କୁ ଲାଗିଥାଏ କି ବ୍ରାଉନ ସ୍ପଟ ପଡିବା ପଳରେ ଅଧିକାଂଶ କଦଳୀ ଖରାପ ହୋଇଯାଏ । କିନ୍ତୁ ଏହା ପ୍ରକୃତରେ ହୋଇନଥାଏ । ଯଦି କଦଳୀ ଚୋପାରେ ମୋମର ପତଳା ପରସ୍ତ ଚଢାଇ ଦିଆଯୋ ତେବେ ଏତିରେ ଅକ୍ସିଜେନ ପହଞ୍ଚିପାରେନି ଓ ରିଆକ୍ସନ ନଥାଏ । ଯାହା ଫଳରେ ବ୍ରାଉନ ସ୍ପଟ କମ ପଡିଥାଏ ଓ ଏହା ଏତେ ଶୀଘ୍ର ଖରାପ ହୋଇନଥାଏ । ଏହି ଉପାୟରେ କଦଳୀକୁ ବେଶୀ ଦିନ ଯାଏଁ ଭଲ ରଖିହେବ ।