ରୁଚି ଓଡ଼ିଆ ଫିଲ୍ମ ଫେୟାର ଆୱାର୍ଡକୁ ଆସିବେ ଅମିତାଭ !!!

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୧୫ ତାରିଖରେ ହେବାକୁ ଥିବା ରୁଚି ଓଡ଼ିଆ ଫିଲ୍ମ ଫେୟାର ଆୱାର୍ଡକୁ ସୁପରଷ୍ଟାର ଅମିତାଭ ବଚ୍ଚନ ଯୋଗଦେବା ନେଇ ଚର୍ଚ୍ଚା ଜୋର ଧରିଛି । ସୁପରଷ୍ଟାର ଅମିତାଭ ବଚ୍ଚନ ବା ‘ବିଗ ବି’ ଙ୍କ ନାଁ ଶୁଣି ସମସ୍ତେ ଖୁସି ହେବା ସ୍ବାଭାବିକ । କିଏ ବା ତାଙ୍କୁ ପାଖରୁ ଦେଖିବାକୁ ଚାହିଁବନି । କ’ଣ ସତରେ ‘ବିଗ ବି’ ଆସୁଛନ୍ତି ? ଏହାକୁ ନେଇ ଆୟୋଜକଙ୍କ ତରଫରୁ ଏକ ଭିଡ଼ିଓ ଜାରି କରାଯାଇଛି ।

ଏହି ଭିଡ଼ିଓରେ ଅମିତାଭ ବଚ୍ଚନଙ୍କ ଅବିକଳ ବ୍ୟକ୍ତି ସମସ୍ତଙ୍କୁ ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଆ ଫିଲ୍ମ ଫେୟାର ଆୱାର୍ଡକୁ ଆସିବାକୁ କହିବା ସହ କୌନ ବନେଗା ଲକ୍ଷପତି କାର୍ଯ୍ୟକ୍ରମରେ ଯୋଗଦେବାକୁ କହୁଛନ୍ତି ।

Leave A Reply

Your email address will not be published.