ବିଜୟ ଯିବେ କି ରାଜ୍ୟସଭା !!!

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପରୋକ୍ଷରେ ଧର୍ମେନ୍ଦ୍ରଙ୍କ ବସତା ବିଜୟ ସ୍ୱୀକାର କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ଖବର ଅନୁଯାୟୀ ଆସନ୍ତା ୨୦୨୦ରେ ଖାଲି ହେବାକୁ ଥିବା ୪ ରାଜ୍ୟସଭା ଆସନରୁ ତିନୋଟି ଆସନରେ ବିଜେଡି ନିଜ ପ୍ରାର୍ଥୀଙ୍କୁ ଜିତାଇ ପାରିବ । ପୂର୍ବ ଭଳି ଗୋଟିଏ ଆସନରେ ଉପରକୁ ହଟ ଚମଟ କଲାଭଳି ଗୋଟିଏ ଆସନ ବିଜେପି ନେବ । ତେଣୁ କରି ଏହି ଆସନ ଟି କାହା ଭାଗ୍ୟରେ ପଡିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବିଜେପି ସବୁବେଳେ ରାଜ୍ୟସଭାକୁ ଅଣ ଓଡ଼ିଆ ମାନଙ୍କୁ ପଠାଇ ଥାଏ । ଯଦି ରାଜ୍ୟ ବିଜେପି ଓଡିଶାରୁ କାହାକୁ ରାଜ୍ୟସଭା ପଠାଇବାକୁ ଚାହେଁ ତେବେ ବିଜୟଙ୍କ ନାଁ ଆଗଧାଡ଼ିରେ ରହିଛି ।

ବିଜୟ ବିଜେପିର ଉପକୂଳ ଓଡିଶାର ବରିଷ୍ଠ ନେତା ଓ ତାଙ୍କୁ ବୈଜୟନ୍ତ ପଣ୍ଡାଙ୍କ ସମର୍ଥନ ରହିଛି ତେଣୁକରି ଚାରୋଟି ରାଜ୍ୟସଭା ଆସନରୁ ଗୋଟିଏ ଆସନରେ ବିଜୟ ମହାପାତ୍ରଙ୍କୁ ପଠାଯିବା ନେଇ ଚର୍ଚ୍ଚା ହେଉଛି । ବିଜୟ ମହାପାତ୍ରଙ୍କୁ ୨୦୨୦ରେ ରାଜ୍ୟସଭା ପଠାଇବାକୁ ରାଜ୍ୟ ବିଜେପି ମସୁଧା କରୁଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

ସୂଚନା ଅନୁଯାୟୀ, କିଛିଦିନ ତଳେ ରାଜ୍ୟ ବିଜେପି ଓ ବିଜେଡି ମଧ୍ୟରେ ବୁଝାମଣା ହୋଇଥିବା ଚର୍ଚ୍ଚା ଜୋର ଧରିଥିଲା । କାରଣ ବିଜେଡିର ଲୋକସଭାର ଦୁଇ ବରିଷ୍ଠ ସାଂସଦଙ୍କ ସହ ଦୁଇ ରାଜ୍ୟସଭା ସଭ୍ୟ (ସାଂସଦ ପିନାକୀ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ଅମର ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତ) ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଦେଖା କରିବା ସହ ବିଧାନ ପରିଷଦ ସମ୍ୱନ୍ଧରେ ଆଲୋଚନା କରିଥିଲେ । ବିଧାନ ପରିଷଦ ବିଲକୁ ପାସକରିବା ବଦଳରେ ଆଉ ଏକ ରାଜ୍ୟସଭା ସିଟକୁ ନେବାପାଇଁ ବିଜେଡି ଓ ବିଜେପି ମଧ୍ୟରେ ଚୁକ୍ତି ହୋଇଥିବା ରାଜ୍ୟ ରାଜନୀତିକୁ ସରଗରମ କରିଥିଲା ।

ଅପରପକ୍ଷରେ ବିଜେଡ଼ି ଓ ବିଜେପି ମଧ୍ୟରେ ଭିତରୀ ବୁଝାମଣା ଆଗରୁ ରହିଛି । କିଛିଦିନ ପୂର୍ବରୁ ବିଜେପିର ରାଜ୍ୟସଭା ପାର୍ଥି ଅଶ୍ୱନି ବୈଷ୍ଣବକୁ ଯେଉଁ ଭଳିଭାବେ ବିଜେଡ଼ି ସମର୍ଥନ କରିଥିଲା ସେଥିରୁ ସ୍ପଷ୍ଟ ବାରି ହୋଇଯାଇଥିଲା କି ଦୁଇ ଦଳର ଆପସ ବୁଝାବଣା ଉତ୍ତମ । ଯାହାକି ରାଜ୍ୟବାସୀଙ୍କୁ ଆଚମ୍ବିତ କରିଥିଲା । ଏହାକୁ ନେଇ ବିଜେପି ବରିଷ୍ଠ ନେତା ବିଜୟ ମହାପାତ୍ର ଅନେକ ପ୍ରଶ୍ନ ଉଠାଇ ଥିଲେ । ଯାହାକୁ ନେଇ ବିଜେପି ଅକଳରେ ପଡିଥିଲା । ତେଣୁ ରାଜ୍ୟ ବିଜେପି, ବିଜେଡି ସହାୟତାରେ ବିଜୟଙ୍କୁ ୨୦୨୦ ରେ ରାଜ୍ୟସଭା ପଠାଇ ତାଙ୍କୁ ରାଜ୍ୟ ରାଜନୀତିରୁ ଦୂରରେ ରଖିବାକୁ ପ୍ରୟାସ କରୁଥିବା ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.