ବାତ୍ୟା ଧୋଇ ଦେବନିତ ଛାତ୍ର ସଂସଦ ନିର୍ବାଚନ?

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଛାତ୍ର ସଂସଦ ନିର୍ବାଚନକୁ ରହିଲା ଆଉ ମାତ୍ର ଦୁଇ ଦିନ । ପ୍ରାର୍ଥୀମାନେ ନିଜ ନିଜର ଭୋଟର ଙ୍କୁ ମାନେଇବାକୁ ଚଳାଇଛନ୍ତି ପ୍ରଚାର । ମାତ୍ର ଆସନ୍ତା ୧୧ ତାରିଖରେ ସମ୍ଭାବ୍ୟ ବାତ୍ୟା ‘ତିତଲି’ କୁ ନେଇ ସମସ୍ତେ ଚିନ୍ତିତ । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଯଦି ବାତ୍ୟା ହୁଏ ତେବେ ଛାତ୍ର ସଂସଦ ନିର୍ବାଚନ ହୋଇପାରିବତ ? ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା ୧୦ ତାରିଖରୁ ବର୍ଷା ସହ ଘଣ୍ଟା ପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ପବନ ବୋହିବ । ୧୧ ତାରିଖରେ ଏହା ଉଗ୍ରରୂପ ଧାରଣ କରିବ । ଏହାକୁ ନେଇ ସରକାର ହାଇ ଅଲାର୍ଟ ଜାରି କରିଥିବା ବେଳେ ସେହିଦିନ ଛାତ୍ର ସଂସଦ ମତଦାନ ହେବାକୁ ଥିବାରୁ ଛାତ୍ରଛାତ୍ରୀ ମାନେ କିପରି ନିଜର ମତଦାନ ସାବ୍ୟସ୍ତ କରିବେ ତାହା ଆଶାୟୀ ପ୍ରାର୍ଥୀଙ୍କ ଚିନ୍ତା ବଢ଼ାଇ ଦେଇଛି ।

ଏନେଇ ଓଡ଼ିଶା ଫାଷ୍ଟ ପ୍ରତିନିଧି ମତଦାନ ସାବ୍ୟସ୍ତ କରିବାକୁ ଥିବା କିଛି ଛାତ୍ରଛାତ୍ରୀ ଙ୍କ ମତାମତ ଗ୍ରହଣ କରିଥିଲେ । ‘ବାତ୍ୟା କୁ ଦୃଷ୍ଟି ରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ଜରୁରୀ ତେଣୁ ମତଦାନକୁ ଘୁଞ୍ଚାଇ ଦିଆଗଲେ ଭଲ ହୁଅନ୍ତା ବୋଲି ସେମାନେ ମତ ରଖିଥିଲେ’ । କିନ୍ତୁ ଅପରପକ୍ଷରେ ଆଶାୟୀ ପ୍ରାର୍ଥୀ କହିଛନ୍ତି ‘ଯାହାକିଛି ହେଉ ନିର୍ବାଚନ ହେବା ଜରୁରି’ ।

ମାଡ଼ି ଆସୁଥିବା ବାତ୍ୟା ତିତଲିକୁ ଦୃଷ୍ଟିରେ ରଖି ପ୍ରଶାସନ ସମସ୍ତ ସରକାରୀ ଚାକିରିଆଙ୍କ ଛୁଟି ବାତିଲ କରିବା ସହ ସବୁ ଜିଲ୍ଲାପାଳଙ୍କୁ ସଜାଗ ରହି ସମ୍ଭାବ୍ୟ ସ୍ଥିତିର ମୁକବିଲା କରବାକୁ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦେଇଛନ୍ତି । ମାତ୍ର ଏପରିସ୍ଥିତିରେ ଛାତ୍ର ସଂସଦ ନିର୍ବାଚନ ପ୍ରତି ପ୍ରଶାସନ କିପରି ଉଦାସୀନତା ଅବଲମ୍ବନ କରିଛି ଏହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.