କ’ଣ ସମାଧାନର ବାଟ ଫିଟିବ ବାବୁଶାନ-ତୃପ୍ତିଙ୍କ ସମ୍ପର୍କର ତିକ୍ତତାରେ ?

ଓଲିଉଡ୍ ଅଭିନେତା ବାବୁଶାନ ମହାନ୍ତି ଏବଂ ସ୍ତ୍ରୀ ତୃପ୍ତି ଶତପଥୀଙ୍କ ପରିବାରିକ ବିବାଦର ସମାଧାନ କରିବାକୁ କରାଯାଉଛି ଉଦ୍ୟମ । କାରଣ ଆଜି ଘନିଷ୍ଠ ସହଯୋଗୀ ରବି ମିଶ୍ର ତୃପ୍ତିଙ୍କ ସତ୍ୟ ନଗର ଘରେ ପହଞ୍ଚିଥିଲେ। ଏହା ପରେ ପ୍ରାୟ ଘଣ୍ଟାଏ ଧରି ତୃପ୍ତିଙ୍କ ପରିବାର ସହ ଆଲୋଚନା କରିଥିବା ଜଣାପଡ଼ିଛି।
ତେବେ ଖୁବ୍ଶୀଘ୍ର ସମାଧାନର ବାଟ ବାହାରିବ ବୋଲି ରବି ମିଶ୍ର ଗଣମାଧ୍ୟମକୁ କହିଛନ୍ତି। ଅନ୍ୟପଟେ, ଚେନ୍ନାଇରୁ ଫେରିବା ପରେ ଗୁରୁବାର ପ୍ରଥମ ଥର ପାଇଁ ବାବୁଶାନ ଘରର ବାଲକୋନିରୁ ଗଣମାଧ୍ୟମ ସାମ୍ନାକୁ ଆସିଥିଲେ। ଏହା ସହ ସେ କହିଥିଲେ ଯେ, ଠିକ୍ ସମୟରେ ଠିକ୍ କଥା କହିବି। ଏବେ ମୁଁ ମୋ ପରିବାର ସହ ଖୁସିରେ ଅଛି। ଅପରପକ୍ଷେ, ବାବୁସାନ୍ଙ୍କ ମା’ ଅପରାଜିତା ମହାନ୍ତି କହିଥିଲେ, ଦେହ ଅସୁସ୍ଥ ଥିବାରୁ ଏବେ କିଛି କହିବେ ନାହିଁ। କିଛି ଦିନ ସମୟ ଦିଅନ୍ତୁ।