ଏଣିକି ଆଖି ମାରିଲେ ମିଳିବ ଦଣ୍ଡ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମଗ୍ର ଦେଶରେ ରାଗିଂ ରେ ଓଡ଼ିଶା ୬ଷ୍ଠ ସ୍ଥାନରେ ରହିଛି । ତେଣୁ ରାଜ୍ୟରେ ରାଗିଂ ବନ୍ଦ କରିବାକୁ ରାଜ୍ୟ ସରକାର ଏକ କଠୋର ପଦକ୍ଷେପ ନେବାକୁ ସ୍ଥିର କରିଛନ୍ତି । ଏହି ନିୟମ ଅନୁଯାୟୀ କୌଣସି ଛାତ୍ର କିମ୍ବା ଛାତ୍ରୀ ଙ୍କୁ କୌଣସି ପ୍ରକାର ମାନସିକ, ଶାରୀରିକ, ଜୋର ଜବରଦସ୍ତ ଆଲିଙ୍ଗନ, ଖରାପ ଆଚରଣ ଏପରିକି କ୍ୟାମ୍ପସ ଭିତରେ ଆଖି ମାରିଲେ ମଧ୍ୟ ଦଣ୍ଡ ମିଳିବ । ଯଦି ଅଭିଯୋଗ ପ୍ରମାଣିତ ହୁଏ ତେବେ ବହିଷ୍କାର ମଧ୍ୟ କରାଯିବ । ଏନେଇ ଖୁବ୍‌ ଶିଘ୍ର ସର୍କୁଲାର୍ ଜାରି କରିବାକୁ ବିଭାଗୀୟ ସଚିବଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ନିର୍ଦ୍ଦେଶ ଦେଇଛନ୍ତି । ରାଗିଂ ଅଭିଯୋଗ ଆସୁଥିବା କଲେଜ ଗୁଡିକରେ କିଭଳି ପଦକ୍ଷେପ ଗ୍ରହଣ କରାଯିବ, ଛାତ୍ରଛାତ୍ରୀଙ୍କୁ କିପରି ସଚେତନ କରାଯିବ ସେ ସମ୍ୱନ୍ଧରେ ସର୍କୁଲାରରେ ଲେଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

ପୂର୍ବରୁ ସାରା ଦେଶରେ ରାଗିଂ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆଇନ ଅଛି । ସେହିପରି ଓଡ଼ିଶାରେ ରାଗିଂ ରୋକିବା ପାଇଁ ସ୍କିଲ୍ ଡେଭେଲପ୍ମେଣ୍ଟ ଆଣ୍ଡ ଟେକ୍ନିକାଲ୍ ଏଜୁକେସନ୍ ବିଭାଗ ହେଉଛି ନୋଡାଲ୍ ଏଜେନ୍ସି । ଏନେଇ ସମସ୍ତ ଜିଲ୍ଲାର ଜିଲାପାଳ ଓ ଏସ୍‌ପିଙ୍କୁ ଚିଠି ପଠାଇ ଦିଆଯାଇଛି । ରାଗିଂକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଏଭଳି କଠୋର ପଦକ୍ଷପ କୁ ବିଭିନ୍ନ କଲେଜର ଛାତ୍ରଛାତ୍ରୀ ସ୍ୱାଗତ କରିଛନ୍ତି।

Sikshaya
Leave A Reply

Your email address will not be published.