ଆଜିଠୁ ବଢ଼ିବ ଥଣ୍ଡା, ୩ ଦିନରେ ୨ ଡିଗ୍ରୀ ଖସିବ ପାରଦ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟରେ ଶୀତର ପରିମାଣ ବୃଦ୍ଧିପାଇଥିବାବେଳେ କୁହୁଡ଼ିର ଆସ୍ତରଣ ହ୍ରାସ ପାଇଛି। ଆସନ୍ତା ୭୨ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ଦିନ ସମୟରେ ପାଗ ଶୁଖିଲା ରହିବ ଓ ରାତିରେ ୨ ଡିଗ୍ରୀ ଯାଏ ପାରଦ ଖସିବ ବୋଲି ଶନିବାର ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବନୁମାନ କରିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ ଗତକାଲି ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି। ଫଳରେ ସାରା ରାଜ୍ୟରେ ଶୀତର ପରିମାଣ ବୃଦ୍ଧିପାଇଛି। ଗୁରୁଚାପ ବଳୟ ଏବେ ପଶ୍ଚିମ ଆଡ଼କୁ ଗତି କରିଥିବାବେଳେ ରାଜ୍ୟକୁ ଥଣ୍ଡା ପବନ ବହୁଛି। ଆସନ୍ତା ୭୨ ଘଣ୍ଟାରେ ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲାରେ ୨ ଡିଗ୍ରୀ ଯାଏ ତାପମାତ୍ରା କମିବାକୁ ଥିବାବେଳେ ଉପକୂଳ ଜିଲ୍ଲାଗୁଡ଼ିକରେ ତାପମାତ୍ରା ଅପରିବର୍ତ୍ତିତ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି।
ସେହିପରି ପଶ୍ଚିମ ଓଡ଼ିଶାରେ ଏବେ ପୁଣି ଶୀତର ପ୍ରକୋପ ଆରମ୍ଭ ହୋଇଛି। ପଶ୍ଚିମ ଓଡ଼ିଶାର ଅଧିକାଂଶ ସହରର ତାପମାତ୍ରା ୧୦ରୁ ୧୨ ଡିଗ୍ରୀ ମଧ୍ୟରେ ରହିଛି। ୧୦ ଡିଗ୍ରୀ ତଳେ ୨ ସହର ଥିବାବେଳେ ଝାରସୁଗୁଡ଼ାରେ ସର୍ବନିମ୍ନ ୮.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ଓ ଫୁଲବାଣୀ ୯.୫ ଡିଗ୍ରୀ ରହିଛି।
ଅନ୍ୟ ଥଣ୍ଡା ସହରଗୁଡ଼ିକ ମଧ୍ୟରେ ଅନୁଗୁଳ, ଦାରିଙ୍ଗବାଡ଼ିରେ ୧୦ ଡିଗ୍ରୀ, ବାରିପଦାରେ ୧୦.୫, କୋରାପୁଟ ୧୧, କେନ୍ଦୁଝରଗଡ଼ ୧୧.୭, ସୁନ୍ଦରଗଡ଼ ୧୨, ବଲାଙ୍ଗୀର ୧୨.୪, ବୌଦ୍ଧ ୧୨.୫, ସମ୍ବଲପୁର ଓ ସୋନପୁର ୧୩, ଭବାନୀପାଟଣା ୧୩.୨, ବାଲେଶ୍ୱର ୧୩.୪, କଟକ ୧୩.୮, ତାଳଚେର ୧୪, ହୀରାକୁଦ ୧୪.୧, ଚାନ୍ଦବାଲି ୧୪.୪, ଟିଟିଲାଗଡ଼ ୧୪.୫ ଡିଗ୍ରୀ ରହିଛି। ଏହାବ୍ୟତୀତ ଅନ୍ୟ ୯ ସହରରେ ତାପମାତ୍ରା ୧୬ ଡିଗ୍ରୀ ତଥା ୧୬ ଡିଗ୍ରୀରୁ ଅଧିକ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ବୌଦ୍ଧରେ ସର୍ବାଧିକ ୩୧.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବିଭାଗ ପକ୍ଷରୁ ପ୍ରକାଶ ପାଇଛି।

bjd
Sikshaya
ruchi

Leave A Reply

Your email address will not be published.