୧୧ ସହରର ତାପମାତ୍ରା ୧୫ ଡିଗ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ କମୁଛି ତାପମାତ୍ରା । ୧୧ସହରରେ ତାପମାତ୍ରା ୧୫ଡିଗ୍ରୀ ତଳେ ଅଛି। । ସୋନପୁରରେ 10 ଡିଗ୍ରୀ ତଳେ ରହିଛି ପାରା । ୦୯.୬ ଡିଗ୍ରୀ ତାପମାତ୍ରା ସହ ସବୁଠାରୁ ଥଣ୍ଡା ସହର ପାଲଟିଛି ସୋନପୁର । ଦାରିଙ୍ଗବାଡିରେ ୧୦.୫, ଫୁଲବାଣି ୧୦.୫, ଅନୁଗୁଳରେ ୧୧, କୋରାପୁଟରେ ୧୧.୬ ଓ ଭବାନିପାଟଣାରେ ୧୨.୨ ଡିଗ୍ରୀ ରହିଛି ପାରା । ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ପାଗରେ ପରିବର୍ତ୍ତନ ହେବନାହିଁ ବୋଲି ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।
ତେବେ ପୂର୍ବ ବଙ୍ଗୋପ ସାଗରରୁ ତରଙ୍ଗାୟିତ ବାୟୁ ପ୍ରବାହ ଯୋଗୁ ୧୧ ତାରିଖରେ ଉପକୂଳ ଓଡ଼ିଶା ଓ ୧୨ ତାରିଖରେ ଦକ୍ଷିଣ ଓଡ଼ିଶାରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି । ତିନି ଦିନ ପରେ ଥଣ୍ଡା ପ୍ରଭାବ ଅଧିକ ଦେଖାଯିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Leave A Reply

Your email address will not be published.