ଆସୁଛି ଶୀତ ଋତୁ, ବଢିପାରେ କୋଭିଡ ସଂକ୍ରମଣ; ଚେତାଇଲା WHO

0

ଆଗକୁ କୋଭିଡ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବା ନେଇ ଚେତାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) । ଶୀତଦିନ ଆସୁଥିବାରୁ ଆସନ୍ତା ମାସରେ ନୂଆ କୋଭିଡ-୧୯ ମାମଲା ବୃଦ୍ଧି ପାଇବା ସହ ଅଧିକ ଡାକ୍ତରଖାନାରେ ଭର୍ତ୍ତି ହେବା ଏବଂ ମୃତ୍ୟୁ ହେବାର ଆଶଙ୍କା ଥିବା କହିଛି WHO ।

WHO ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଦନୋମ୍ ଗେବ୍ରେୟିସସ୍ କହିଛନ୍ତି ଯେ, ବିଶ୍ବସ୍ତରରେ ରିପୋର୍ଟ ହୋଇଥିବା (କୋଭିଡ୍ -୧୯) ମୃତ୍ୟୁସଂଖ୍ୟା ହ୍ରାସ ପାଇଛି, ଯାହା ସ୍ବାଗତ ଯୋଗ୍ୟ । ଉତ୍ତର ଗୋଲାର୍ଦ୍ଧରେ ଥଣ୍ଡା ପାଗ ପାଖେଇ ଆସୁଥିବାରୁ ଡାକ୍ତରଖାନାରେ ଭର୍ତ୍ତି ହେବା ଏବଂ ମୃତ୍ୟୁହାର ବୃଦ୍ଧି ପାଇପାରେ ।”

WHOର ସର୍ବଶେଷ କୋଭିଡ୍-୧୯ ସାପ୍ତାହିକ ମହାମାରୀ ବିଜ୍ଞାନ ଅପଡେଟ୍ଅନୁଯାୟୀ, ପୂର୍ବ ସପ୍ତାହ ତୁଳନାରେ ଅଗଷ୍ଟ ୧୫ ରୁ ୨୧ ରେ ନୂତନ ସାପ୍ତାହିକ ମାମଲା ୯% ହ୍ରାସ ପାଇଛି, ଯାହା ପ୍ରାୟ ୫.୩ ନିୟୁତ ହେବ । ପୂର୍ବ ସାପ୍ତାହିକ ତୁଳନାରେ ନୂତନ ସାପ୍ତାହିକ ମୃତ୍ୟୁ ସଂଖ୍ୟା ମଧ୍ୟ ୧୫% ହ୍ରାସ ପାଇଛି ଏବଂ ୧୪,୦୦୦ ରୁ ଅଧିକ ମୃତ୍ୟୁ ଘଟିଛି ।

WHO ମୁଖ୍ୟ କହିଛନ୍ତି ଯେ, ‘‘ଓମିକ୍ରନ ବର୍ତ୍ତମାନର ଉପପ୍ରଜାତି ଗୁଡିକ ସେମାନଙ୍କ ପୂର୍ବ ଅପେକ୍ଷା ଅଧିକ ସଂକ୍ରମଣକାରୀ ଏବଂ ଅଧିକ ବିପଜ୍ଜନକ ପ୍ରକାରର ଉତ୍ପତ୍ତି ହେବାର ଆଶଙ୍କା ରହିଛି । ତଥାପି, ଲୋକମାନଙ୍କ ମଧ୍ୟରେ ଟୀକାକରଣ କଭରେଜ ବହୁତ କମ୍ ରହିଛି, ଯାହା ବିପଦପୂର୍ଣ୍ଣ ହୋଇପାରେ ।’’

ଉଚ୍ଚ ଆୟକାରୀ ଦେଶମାନଙ୍କରେ ମଧ୍ୟ ୩୦% ସ୍ୱାସ୍ଥ୍ୟ କର୍ମୀ ଏବଂ ୨୦% ବୟସ୍କ ବ୍ୟକ୍ତିଙ୍କ ଟୀକାକରଣ ହୋଇନାହିଁ । ଏହି ଟୀକାକରଣ ଗ୍ୟାପ୍ ଆମ ସମସ୍ତଙ୍କ ପାଇଁ ବିପଦ ସୃଷ୍ଟି କରିଥାଏ । ତେଣୁ ଟିକା ନେଇନଥିବା ବ୍ୟକ୍ତି ତୁରନ୍ତ ଟୀକାକରଣ କରାଇନିଅନ୍ତୁ । ଏଥିସହ ଜନଗହଳୀ ସ୍ଥାନରେ ମଧ୍ୟ ମାସ୍କ ବ୍ୟବହାର ଉପରେ ପ୍ରାଧାନ୍ୟ ଦେବାକୁ ରିପୋର୍ଟରେ ସତର୍କ କରାଯାଇଛି ।

SOA post below
Leave a comment