ନିଜ ଦସ୍ତଖତରେ ନିଜ ଚାକିରି ଗଲା

0

ଓଡିଶା ଫାଷ୍ଟ (ବ୍ୟୁରୋ): ନିଜ ଚାକିରି ଯିବାର ନିର୍ଦ୍ଦେଶନାମା ନିଜେ ଜାରି କଲେ । ଚିଠି ଲେଖିଲେ ଆଉ ଦସ୍ତଖତ କରି ସମସ୍ତଙ୍କୁ ବାଣ୍ଟିଲେ । ଦୀର୍ଘ ଦିନ ଧରି କଂଗ୍ରେସରେ କିଏ ରହିବ, କିଏ ବାହାରିବ ହାଇକମାଣ୍ଡଙ୍କ ନିଷ୍ପତ୍ତି ଉପରେ ମୋହର ମାରୁଥିଲେ ଏଆଇସିସି ସାଧାରଣ ସମ୍ପାଦକ ଜନାର୍ଦ୍ଦନ ଦ୍ୱିବେଦୀ ।କାରଣ କଂଗ୍ରେସର ସଂଗଠନ ଓ ପ୍ରଶିକ୍ଷଣ ଦାୟିତ୍ଵରେ ଥିଲେ ଏହି ବରିଷ୍ଠ ନେତା ।

କିନ୍ତୁ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତାଙ୍କୁ ଏହି ପଦରୁ ଅବ୍ୟାହତି ଦେଇଛନ୍ତି । ତାଙ୍କ ସ୍ଥାନରେ ଅଶୋକ ଗେହଲଟଙ୍କୁ ଦାୟିତ୍ଵ ଦିଆଯାଇଛି । ସବୁଠୁ ବଡ କଥା ହେଉଛି ହାଇକମାଣ୍ଡଙ୍କ ଏହି ନିର୍ଦ୍ଦେଶନାମାରେ ଦସ୍ତଖତ କରିଛନ୍ତି ନିଜେ ଜନାର୍ଦ୍ଦନ । ଆଉ ପ୍ରେସ୍ ରିଲିଜ୍ କରି ସମସ୍ତ କଂଗ୍ରେସ କାର୍ଯ୍ୟାଳୟ ସମେତ ଗଣମାଧ୍ୟମ ଉଦ୍ଦେଶ୍ୟରେ ଜାରି କରିଛନ୍ତି ।

Leave A Reply

Your email address will not be published.