ବିନା ନିର୍ବାଚନରେ ଦୁଇ କଲେଜ ଅଶାନ୍ତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁଣି ଅଶାନ୍ତ ଉତ୍କଳ ବିଶ୍ୱବିଦ୍ୟାଳୟ ଓ ବିଜେବି କଲେଜ । ଦୀର୍ଘଦିନର ଶତ୍ରୁତା ଉଗ୍ରରୂପ ନେଇଛି । ବିଜେଡ଼ି ଭୁବନେଶ୍ୱର ଜିଲ୍ଲା ଛାତ୍ର ସଭାପତି କଳ୍ପତରୁ ଓଝା ଓ ବିଜେଡି ଭୁବନେଶ୍ୱର ଜୋନ ସଭାପତି ଅଜିତ ବେହେରାଙ୍କୁ ପୋଲିସ ଅଟକ ରଖିଥିବାରୁ ବିଜେବି କଲେଜ ଛାତ୍ରମାନେ ଏହାକୁ ବିରୋଧ କରି ବିଜେବି କଲେଜ ସମ୍ନାରେ ଟାଏର ଜାଳି ରାସ୍ତା ରୋକ କରିଛନ୍ତି।

ଘଟଣା କ୍ରମେ

କଳ୍ପତରୁ ଓଝା ଓ ଅଜିତ ବେହେରା ଙ୍କ ସମର୍ଥକ ମାନଙ୍କ କହିବା ଅନୁଯାୟୀ ବାଣୀବିହାର କ୍ୟାମ୍ପସରେ କାମକରୁଥିବା କଣ୍ଟ୍ରାକ୍ଟର ମାନଙ୍କଠାରୁ
ବାଣୀବିହାର ଛାତ୍ର ସଂସଦ ନିର୍ବାଚନରେ ବିଜେଡି ପକ୍ଷରୁ ସଭାପତି ପ୍ରାର୍ଥୀ ହୋଇଥିବା ସୌମ୍ୟରଞ୍ଜନ ମହାପାତ୍ର ବଟି ମଗୁଥିବାରୁ ଏହାକୁ କଳ୍ପତରୁ ଓ ଅଜିତ ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଓ ଧସ୍ତାଧସ୍ତି ହୋଇଥିଲା ।

ଅନ୍ୟପକ୍ଷରେ ପୂର୍ବତନ ବିଜେଡି ସଭାପତି ପ୍ରାର୍ଥୀ ହୋଇଥିବା ସୌମ୍ୟରଞ୍ଜନ ମହାପାତ୍ରଙ୍କ ସମର୍ଥକଙ୍କ କହିବା ଅନୁଯାୟୀ ସୌମ୍ୟରଞ୍ଜନ ବାଣୀବିହାର ପରିସରରେ ଥିବା ଗୋବିନ୍ଦ ସାହୁ ମାର୍କେଟକୁ ଖାଇବା ପାଇଁ ଆସିଥିବାବେଳେ ସେଠାରେ କଳ୍ପତରୁ ଓ ଅଜିତ ସୌମ୍ୟରଞ୍ଜନଙ୍କୁ ନିସ୍ତୁକ ମାଡ ମାରିଥିଲେ ଓ ତାଙ୍କୁ ଉଠିଇନେଇ ଯାଇଥିଲେ। ଏହାକୁ ବିରୋଧ କରି ବାଣୀବିହାର ଛାତ୍ର ପକ୍ଷରୁ ଦୁଇ ପାର୍ଶ୍ୱ ଏନଏଚ ର ରାସ୍ତା ରୋକ କରାଯିବା ସହ ପୋଲିସ ପାଖରେ ଅଭିଯୋଗ ମଧ୍ୟ କରିଥିଲେ। ଯାହାଫଳରେ ପୋଲିସ କଳ୍ପତରୁ ଓଝା ଓ ଅଜିତ ବେହେରାଙ୍କୁ ଅଟକ ରଖିଛି।

Leave A Reply

Your email address will not be published.