ମହିଳାଙ୍କ ନଗ୍ନ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଶନିବାର ପାଲଲହଡା ଥାନା ଇତି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବିବାହିତ ମହିଳାଙ୍କ ଉଲଗ୍ନ ଅବସ୍ଥାରେ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।

ସୂଚନା ଅନୁସାରେ, ପାଲଲହଡ଼ା ଥାନା ଅନ୍ତର୍ଗତ ଇତି ଗ୍ରାମରେ ଶନିବାର ଏକ ଗଛରେ ଉଲଗ୍ନ ଅବସ୍ତାରେ ଜଣେ ମହିଳାଙ୍କ ଶରୀର ଝୁଲୁଥିବା ଦେଖି ସ୍ଥାନୀୟଲୋକେ ପୁଲିସକୁ ଖବର ଦେଇଥିଲେ। ମୃତ ମହିଳା ହେଲେ ସେହି ଗ୍ରାମର କଞ୍ଚାନ ପ୍ରଧାନ। ମହିଳାଙ୍କ ବାପଘର ଲୋକେ ଏହାଏକ ହତ୍ୟା କାଣ୍ଡ ବୋଲି କହିଛନ୍ତି।

ଘରୋଇ କଳିକୁ ନେଇ ସ୍ବାମୀ ସ୍ତ୍ରୀ ମଧ୍ୟରେ ଝଗଡା ହୋଇ ମହିଳାଙ୍କୁ ପିଟିପିଟି ମାରି ଦେଇଥିବା ଏବଂ ପରେ ମୃତଦେହକୁ ଘର ନିକଟ ଏକ ଗଛରେ ଝୁଲାଇ ଦେଇଥିବା କଞ୍ଚାନଙ୍କ ପରିବାର ଲୋକେ ଅଭିଯୋଗ କରଛନ୍ତି ।ପାଲଲହଡା ପୋଲିସ ଘଟଣାସ୍ଥଳକୁ ଯାଇ ମୃତଦେହ ଜବତକରି ବ୍ଯବଚ୍ଛେଦ ପାଇଁ ପାଲଲହଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଦେଇଛି। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ପାଲଲହଡ଼ା ପୁଲିସ ଏକ ମାମଲା ରୁଜୁକରି ମହିଳାଙ୍କ ସ୍ଵାମୀ ଚସା ପ୍ରଧାନଙ୍କୁ ଅଟକ ରଖିଥିବା ପାଲଲହଡ଼ା ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.