ଆଦର୍ଶ ବିଦ୍ୟାଳୟ କାର୍ଯ୍ୟର ତଦାରଖ କଲେ ସଞ୍ଜୟ ଦାସବର୍ମା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ବ୍ରହ୍ମଗିରି ବ୍ଲକର ଚାପମାଣିକ ପଞ୍ଚାୟତ ସ୍ଥିତ ମୋଟଗ୍ରାମଠାରେ ନିର୍ମାଣ ଧୀନ ଓଡିଶା ଆଦର୍ଶ ବିଦ୍ୟାଳୟର କାର୍ଯ୍ୟକୁ ଆଜି ସକାଳ ୯ଟା ସମୟରେ ତଦାରଖ କରିଛନ୍ତି । ଏହି ନିର୍ମାଣ କାର୍ଯ୍ୟକୁ ଶୀଘ୍ର ପୂର୍ଣ୍ଣାଙ୍ଗ କରିବା ପାଇଁ ଶ୍ରୀ ଦାସବର୍ମା ଗୁରୁତ୍ୱ ଦେଇଛନ୍ତି ।

ଏହି ତଦାରଖ ସମୟରେ ପୁରୀ ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଗ ଯନ୍ତ୍ରୀ ଶଙ୍ଖାଳୀ ବେହେରା, କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ର ଗୁମାନ ସିଂ ଓ ଜିଲ୍ଲା ପରିଷଦ ସଦସ୍ୟ କୈଳାସ ଚନ୍ଦ୍ର ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.