ଅନୁଗୁଳ ଜିଲ୍ଲାର କଂଗ୍ରେସର ୱାର୍କଇଂଗ ପ୍ରେସିଡେଣ୍ଟ କିପରି ଭାବରେ ଭାରତ ବନ୍ଦ ପାଳନ କରୁଛନ୍ତି, ଦେଖନ୍ତୁ ଭାଇରଲ ଭିଡ଼ିଓ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତୈଳଦର ପ୍ରତିବାଦରେ ସର୍ବ ଭାରତୀୟ ସ୍ତରରେ କଂଗ୍ରେସ ତରଫରୁ ଗତ ୧୦ ତାରିଖ ଦିନ ବନ୍ଦ ଡାକରା ଦିଆଯାଇଥିଲା । ଏହି ବନ୍ଦ ମଧ୍ୟ ସଫଳ ହୋଇଥିବା କଂଗ୍ରେସ ପକ୍ଷରୁ ଦାବି କରାଯାଇଥିଲା । କାରଣ ସାଧାରଣ ଲୋକଙ୍କ ସହ ୧୭ଟି ରାଜନୈତିକ ଦଳ କଂଗ୍ରେସକୁ ସମର୍ଥନ କରିଥିଲେ । କାକଟପୁର ଓ ବାଲେଶ୍ବର କୁ ଛାଡି ଦେଲେ ଓଡ଼ିଶାରେ ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଥିଲା । ଭୁବନେଶ୍ୱରରେ ଲୋକଙ୍କୁ ଗୋଲାପ ଫୁଲ , ଚକଲେଟ ଓ ଗାନ୍ଧିଜୀଙ୍କ ଫଟୋ ଦେଇ ଏହି ବନ୍ଦରେ ସାମିଲ ହେବାକୁ ଅନୁରୋଧ କରିଥିଲେ ।

ଏହି ବନ୍ଦ ପାଳନ ଦିନ ଅନୁଗୁଳ ଜିଲ୍ଲାର କଂଗ୍ରେସର ୱାର୍କଇଂଗ ପ୍ରେସିଡେଣ୍ଟ ସୁରେଶ ବେହେରା ନିଜର କିଛି ସମର୍ଥକଙ୍କ ସହ ମିଶି ମଦ୍ୟପାନ କରି କିପରି ଭାବରେ ଏହି ବନ୍ଦକୁ ସମର୍ଥନ କରିଥିଲେ ତାହାର ଏକ ଭିଡ଼ିଓ ଭାଇରଲ ହୋଇଛି । ଏବଂ ଏହି ଭିଡ଼ିଓଟି ୧୦ ତାରିଖ ଦିନ ବନ୍ଦ ପାଳନ ଦିନର ବୋଲି ଶୁଣିବାକୁ ମିଳୁଛି ।

ତେବେ କାକଟପୁର ରେ ହୋଇଥିବା ହିଂସାରେ ଦୋଷୀଙ୍କୁ ଖୋଜିବା ପାଇଁ ପିସିସି ସଭାପତିଙ୍କ  ନିର୍ଦ୍ଦେଶ କ୍ରମେ  କମିଟି ମଧ୍ୟ ଗଠନ କରାଯାଇଥିଲା ।  ତେବେ ଏକ୍ଷେତ୍ରରେ  କି ପଦକ୍ଷେପ ନେବେ ଦେଖିବାକୁ ବାକିରହିଲା ।

Sikshaya
Leave A Reply

Your email address will not be published.