ପୁରୀରେ ଫନୀ କ୍ଷୟକ୍ଷତି ଆକଳନ କଲେ ବିଶ୍ୱବ୍ୟାଙ୍କ ଟିମ୍‌

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତ ୩ ତାରିଖରେ ହୋଇଥିବା ବାତ୍ୟା ଫନୀ ପ୍ରଭାବରେ ଓଡ଼ିଶାର ୧୪ ଜିଲା ପ୍ରଭାବିତ ହୋଇଥିବା ବେଳେ ପୁରୀ ଜିଲା ସବୁଠୁ ଅଧିକ ପ୍ରଭାବିତ ହୋଇଥିଲା । ଜିଲାର ବହୁ କଚ୍ଚା ଘର ମାଟିରେ ମିଶି ଯାଇଥିବା ବେଳେ ବିରାଟ ବିରାଟ ଗଛ ଉପୁଡ଼ି ପଡିଥିଲା । ହଜାର ହଜାର ବିଦ୍ୟୁତ୍‌ ଖୁଣ୍ଟି ଉପୁଡ଼ି ପଡ଼ିଥିବା ଯୋଗୁ ଏ ପର୍ଯ୍ୟନ୍ତ ମଧ୍ୟ ଅନେକ ଗ୍ରାମକୁ ବିଦ୍ୟୁତ୍‌ ସଂଯୋଗ ହୋଇପାରିନାହିଁ । ତେବେ ଫନୀରେ ପୁରୀ ଜିଲାରେ ହୋଇଥିବା କ୍ଷୟକ୍ଷତି ଆକଳନ ଲାଗି ପୁରୀରେ ପହଞ୍ଚିଛନ୍ତି ବିଶ୍ୱବ୍ୟାଙ୍କ ପ୍ରତିନିଧି ଦଳ ।

ରବିବାର ପୂର୍ବାହ୍ନରେ ସର୍କିଟ ହାଉସରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହି ପ୍ରତିନିଧି ଦଳ ଯୋଗଦେଇ ବିଭିନ୍ନ ବିିଭାଗର କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ବିଭାଗୀୟ ଅଧିକାରୀମାନେ କେତେ ଟଙ୍କାର କ୍ଷୟକ୍ଷତି ହୋଇଛି ସେ ସମ୍ପର୍କରେ ବିଶ୍ୱବ୍ୟାଙ୍କ ଟିମ୍‌କୁ ରିପୋର୍ଟ ପ୍ରଦାନ କରିଛନ୍ତି । ବୈଠକରେ ବିଶ୍ୱବ୍ୟାଙ୍କ ପ୍ରତିନିଧି ଦଳଙ୍କ ସହ ଜିଲାପାଳ ବଲଓ୍ବନ୍ତ ସିଂ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ନୃସିଂହ ଚରଣ ସ୍ବାଇଁ, ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ, ଉପଜିଲାପାଳ ଭବତାରଣ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.