ଦୁର୍ଘଟଣାଗ୍ରସ୍ତ ବାୟୁସେନା ବିମାନର ପ୍ରାଥମିକ ଫଟୋ ଜାରି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିଖୋଜ ଥିବା ଭାରତୀୟ ବାୟୁସେନା ବିମାନ ଏଏନ୍‌-୩୨ର କିଛି ଅଂଶ ଅରୁଣାଞ୍ଚଳ ପ୍ରଦେଶର ୧୬ କିଲୋମିଟର ଉତ୍ତରରେ ଥିବା ଲିପୋରେ ଗତକାଲି ଠାବ କରାଯାଇଛି । ଭାରତୀୟ ବାୟୁସେନାର ଏମ୍‌ଆଇ-୧୭ ହେଲିକେପ୍ଟର ସାହାଯ୍ୟରେ ଏହାର ସନ୍ଧାନ କରିଥିବା ବେଳେ ଏଏନ୍-୩୨ର ପ୍ରାଥମିକ ଚିତ୍ର ଜାରି ହୋଇଛି । ବିମାନଟି ଘଞ୍ଚ ଜଙ୍ଗଲ ଭିତରେ ପଡ଼ିଥିବା ଏହି ଫଟୋରୁ ଜଣା ପଡୁଥିଲା ବେଳେ ଘଞ୍ଚ ଜଙ୍ଗଲ ଯୋଗୁ ପ୍ରାଥମିକ ଅବସ୍ଥାରେ ଏହାର ସନ୍ଧାନ କରାଯାଇ ପାରି ନଥିବା ସୂଚନା ମିଳିଛି । ତେବେ ବିମାନରେ ଥିବା ଯାତ୍ରୀଙ୍କ ବାବଦରେ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।

ବିମାନର ଏଭଳି ଅଂଶ ବିଶେଷ ମିଳିବା ପରେ ଦୁର୍ଘଟଣାରେ ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଘଞ୍ଚ ଜଙ୍ଗଲ ଯୋଗୁ ଦୁର୍ଘଟଣାଗ୍ରସ୍ତ ବିମାନର ଭଗ୍ନାଂଶ ପାଖରେ ପହଞ୍ଚିବା ସହଜ ହେବ ନାହିଁ ବୋଲି ସେଠାରେ ପହଞ୍ଚିବା ପାଇଁ ଏକ ସ୍ଥାନୀୟ ହେଲିପ୍ୟାଡ ଚିହ୍ନଟ ହୋଇଛି । ହେଲିପ୍ୟାଡରୁ ଓହ୍ଲାଇବା ପରେ ପାଖାପାଖି ୩ରୁ ୪ ଘଣ୍ଟା ଚାଲି ଚାଲି ଯିବାକୁ ପଡ଼ିବ । ତେଣୁ ସହଯୋଗ ପାଇଁ ଭାରତୀୟ ବାୟୁସେନା ପର୍ବତାରୋହୀଙ୍କ ସାହାଯ୍ୟ ନେବ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଜୁନ ୩ରେ ଆସାମର ଜୋରହାଟ ବିମାନବନ୍ଦରରୁ ଉଡିବାର କିଛି ସମୟ ମଧ୍ୟରେ ଏଏନ୍-୩୨ ବିମାନଟି ନିଖୋଜ ହୋଇଯାଇଥିଲା । ଏଥିରେ ୧୩ଜଣ ଯାତ୍ରୀ ରହିଥିଲେ। ତେବେ ଏଥିରେ ଜଣେ ଓଡ଼ିଆ ପାଇଲଟ ମଧ୍ୟ ଅଛନ୍ତି ।

Leave A Reply

Your email address will not be published.