ସ୍ୱାଧୀନତାର ୭୨ ବର୍ଷ ପରେ ସ୍ୱାଭିମାନ ଅଞ୍ଚଳରେ ପ୍ରଥମ “ମାଣ୍ଡିଆ ମଣ୍ଡି”

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳର ଚିତ୍ରକୋଣ୍ଡା ଜଳ ଭଣ୍ଡାର ଅପର ପାର୍ଶ୍ଵରେ ଥିବା ୧୫୧ଟି ଗାଁ ସ୍ୱାଧୀନତାର ପରେ ମଧ୍ୟ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଥିଲା ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ ଫଳରେ “ଗୁରୁପ୍ରିୟା ସେତୁ” ନିର୍ମାଣ ହେଲା । ଦିନେ “ବିଛିନ୍ନାଞ୍ଚଳ” ଭାବେ ପରିଚିତ ଅଞ୍ଚଳ ଏବେ “ସ୍ୱାଭିମାନ ଅଞ୍ଚଳ” ଭାବେ ନାମିତ ।

ଅଞ୍ଚଳବାସୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ସହିତ ଅଞ୍ଚଳର ବିକାଶ ପାଇଁ ସରକାରଙ୍କର ସମସ୍ତ ଯୋଜନା କିଭଳି ଲୋକମାନଙ୍କ ପାଖରେ ପହଞ୍ଚିବ, ମାନ୍ୟବର ମୁଖ୍ୟମନ୍ତ୍ରୀ ଅଗ୍ରାଧିକାର ଦେଉଛନ୍ତି ।

“ଓଡ଼ିଶା ମିଲେଟ ମିଶନ” ଓଡ଼ିଶା ସରକାରଙ୍କର ଏକ ରାଜ୍ୟସ୍ତରୀୟ ଯୋଜନା । ଏହି ଯୋଜନାର ମୁଖ୍ୟ ଲକ୍ଷ ହେଉଛି ମିଲେଟର ଉତ୍ପାଦନ ଓ ପୋଷଣତାକୁ ରାଜ୍ୟର ୧୪ ଟି ଜିଲ୍ଲାର ୭୨ ଗୋଟି ବ୍ଲକରେ ପୁନରୁଦ୍ଧାର କରାଇବା । ଏହି ଯୋଜନାଟି ମାଲକାନଗିରି ଜିଲ୍ଲାର ମାଥିଲି, ଖାଇରପୁଟ, ଚିତ୍ରକୋଣ୍ଡା ଓ କୋରକୁଣ୍ଡା ବ୍ଲକରେ କାର୍ଯ୍ୟକାରୀ ହୋଇଛି ।

Leave A Reply

Your email address will not be published.