ଶ୍ରୀମନ୍ଦିର ପାଇଁ ଜମି ପ୍ରଦାନକାରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶ୍ରୀମନ୍ଦିର ସୁରକ୍ଷାକୁ ପାଇଁ ରାଜ୍ୟ ସରକାର ଶ୍ରୀମନ୍ଦିରର ୭୫ ମିଟର ପରିଧିକୁ ଖାଲି କରୁଛନ୍ତି । ଯାହାକୁ ନେଇ ଅନେକ ବାଦ ବିବାଦ ମଧ୍ୟ ସୃଷ୍ଟି ହୋଇଥିଲା । ବିବାଦ ସତ୍ତ୍ୱେ ଶ୍ରୀମନ୍ଦିର ପାଇଁ ୪୦ ଦିନରେ ୭୫ ଘରୋଇ ଜମି ସଂଗ୍ରହ ହୋଇଛି । ସ୍ୱେଚ୍ଛାକୃତ ଭାବେ ସଂଗ୍ରହ ହୋଇଥିବା ଏହି ପାଇଁ ଜମି ପ୍ରଦାନକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ପାଇଁ ସ୍ବେଚ୍ଛାକୃତ ଭାବେ ଜମି ଦେଇଥିବା ଲୋକଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇ କହିଛନ୍ତି, “ମୋ ଅନୁରୋଧ ରକ୍ଷା କରିଥିବାରୁ ମୁଁ କୃତଜ୍ଞ । ମହାପ୍ରଭୁଙ୍କ ପାଇଁ ଏହି ତ୍ୟାଗକୁ ଓଡ଼ିଆ ଜାତି ସବୁଦିନ ମନେ ରଖିବ । ମହାପ୍ରଭୁଙ୍କ ପାଇଁ ଭିଟାମାଟି ଓ ବ୍ୟବସାୟ ପ୍ରତିଷ୍ଠାନ ତ୍ୟାଗ କରିଛନ୍ତି । ହୋଟେଲ ଓ ଲଜିଂ ଆଦି ମଧ୍ୟ ପୁରୀବାସୀ ତ୍ୟାଗ କରିଛନ୍ତି । ଛୁଟିଦିନରେ ବି ପୋଲିସ ଓ ଜିଲ୍ଲା ପ୍ରଶାସନ କାମ ଜାରି ରଖିଥିଲେ । ମହାପ୍ରଭୁଙ୍କ ଇଚ୍ଛା ଓ ପ୍ରେରଣାରୁ ଏସବୁ ସମ୍ଭବ ହୋଇଛି” ।

Leave A Reply

Your email address will not be published.