ସିଡିଏ ସେକ୍ଟର-୮ରେ  ହାତୀ ଆତଙ୍କ

0

ଓଡିଶା ଫାଷ୍ଟ(ବ୍ୟୁରୋ): ସୋମବାର ସକାଳୁ କଟକ ସିଡିଏ ସେକ୍ଟର ୮ ଓ ୯ ଅଞ୍ଚଳରେ ଏକ ହାତୀ ବୁଲୁଥିବାର ଦେଖିବାକୁ ମିଳିଛି । ହାତୀକୁ ଘଉଡାଇବା ପାଇଁ ପୋଲିସ ଓ ବନ ବିଭାଗ ପକ୍ଷରୁ ଜୋରଦାର ଉଦ୍ୟମ ଚାଲିଛି । ସେପଟେ ହାତୀକୁ ଭୟଭୀତ ନ କରିବା ପାଇଁ ବନ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଥିବା ବେଳେ ସ୍ଥାନୀୟ ଲୋକଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ହାତୀ ଚଳପ୍ରଚଳ କରୁଥିବା ଅଞ୍ଚଳରେ ଯାନବାହନ ଚଳାଚଳ ବନ୍ଦ କରିଦିଆଯାଇଛି । କଟକରେ ହାତୀ ପଲ୍ଲ ପଶିଆସିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଛନ୍ତି । ଗତକାଲି ରାତିରୁ ହାତୀ ପଶି ଆତଙ୍କ ସୃଷ୍ଟି କରିଥିବା ଜଣାପଡିଛି । ପୋଲିସ ସହାୟତାରେ ବନ ବିଭାଗ ହାତୀକୁ ଖୋଜୁଛି । ହାତୀଟି ସମ୍ଭବତଃ ଆଠଗଡ଼ ବନଖଣ୍ଡ ଅଞ୍ଚଳରୁ ଆସି ସିଡିଏ ଅଞ୍ଚଳରେ ପଶିଥିବା ଆଶଙ୍କା କରାଯାଉଛି ।

Leave A Reply

Your email address will not be published.