ବାପା , ମା ବାଧ୍ୟ କରିବାରୁ ୨ ଝିଅ ପିଇଲେ ବିଷ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସେପ୍ଟେମ୍ବର ୨୮ ତାରିଖରେ କୂଅ କୁ ଡେଇଁ ଦୁଇ ଭଉଣୀ ଆତ୍ମହତ୍ୟା କରିଥିବା ଘଟଣାର ପର୍ଦାଫାଶ କରିଛି ପୋଲିସ । ପୋଲିସ ର କହିବା ମୁତାବକ ସେମାନେ କୂଅକୁ ଡେଇଁ ଆତ୍ମହତ୍ୟା କରିନଥିଲେ । ପ୍ରଥମେ ସେମାନେ ବିଷ ପିଇଥିଲେ । ପରେ ତାଙ୍କୁ ନେଇ କୂଅରେ ଫିଙ୍ଗାଯାଇଥିଲା । ଆଉ ଏସବୁ ଘଟଣା ଘଟାଇଥିଲେ ନିଜେ ଜନ୍ମ ଦେଇଥିବା ପିତା, ମାତା ।

ସୂଚନା ଅନୁଯାୟୀ, ଗତ ୨୯ ତାରିଖରେ ଆର୍ ଉଦୟଗିରି ଚଞ୍ଚଲ୍ୟ ଖେଲି ଯାଇଥିଲା କି ଦୁଇ ଭଉଣୀ କୂଅକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଅଗ୍ନିଶମ କର୍ମଚାରୀ ଆସି କୂଅରୁ ମୃତ ଦେହକୁ ଉଦ୍ଧାର କରିଥିଲେ । ପୋଲିସ ମୃତଦେହକୁ ବ୍ୟବଛେଦ ପାଇଁ ହସ୍ପିଟାଲକୁ ପଠାଇଥିଲା ।

ପ୍ରାଥମିକ ତଦନ୍ତ ବେଳେ ହତ୍ୟାକାରୀ ବାପା କହିଥିଲାକି ତାଙ୍କ ଝିଅ ସ୍ୱପ୍ନାର ଭୁବନେଶ୍ୱର ରେ ବାହାଘର ଠିକ ହୋଇଥିଲା । ମାତ୍ର ତାଙ୍କର ଜ୍ବାଇଁ ଝିଅର ଚରିତ୍ର ଖରାପ କହି ବାହାଘର ଭାଙ୍ଗି ଦେଇଥିଲେ । ଏହି ଦୁଃଖରେ ଦୁଇ ଭଉଣୀ ସ୍ୱପ୍ନା ଓ କିରଣ ଆତ୍ମହତ୍ୟା କରିଛନ୍ତି । ଯାହାକି ପୋଲିସ ସହଜରେ ବିଶ୍ୱାସ କରିପାରିନଥିଲା । ପୋଲିସ ଏହାର ଅଧିକ ତଦନ୍ତ ଆରମ୍ଭ କରିଥଲା ଓ ପୋଷ୍ଟମଟ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଥିଲାକି ସେମାନେ କୂଅକୁ ଡେଇଁବା ପୂର୍ବରୁ ବିଷ ପିଇଥିଲେ ।

ତାଙ୍କ ବାପା, ମା କୁ ଏ ସମ୍ପର୍କରେ ପଚାରିବାରୁ ତାଙ୍କ ବାପା ସ୍ୱୀକାର କରିଛନ୍ତି ଯେ ଝିଅର ବାହାଘର ଭାଙ୍ଗିଯିବାରୁ ବଦନାମ ହେବ ଭୟରେ ସେ ତାଙ୍କ ଝିଅକୁ ବିଷ ପିଇବାକୁ ବାଧ୍ୟ କରିଥିଲେ । ବାପା କହିଥିଲେ ତୁମେ ବିଷ ପିଅ ନଚେତ ଆମେ ବିଷ ପିଇ ମରିଯିବୁ । ଦୁଇ ଝିଅ କୌଣସି ଉପାୟ ନପାଇ ଶେଷରେ ବିଷ ପିଇଥିଲେ । ଏହାପରେ ତାଙ୍କ ବାପା ଓ ମା ତାଙ୍କ ମୃତ ଦେହକୁ କୂଅରେ ଫୋପାଡ଼ି ଦେଇଥିଲେ । ସେମାନେ ବିଷ ପିଇଥିବା ଗ୍ଲାସ ଓ ଅନ୍ୟନ ଜିନିଷ ନେଇ ବାହାରେ ଫୋପାଡ଼ି ଦେଇଥିଲେ ।

Leave A Reply

Your email address will not be published.