ମୋଦିଙ୍କୁ ସମାଲୋଚନା କରିବାରୁ ଦିବ୍ୟାଙ୍ଗଙ୍କୁ ପିଟିଲେ ଭାଜପା ନେତା, ଭିଡ଼ିଓ ଭାଇରାଲ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୋଦିଙ୍କୁ ଭୋଟ ଦେବାକୁ ମନା କରିବାରୁ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଟିରେ ବାଡି ପୂରାଇ ଦେଲେ ଭଜପା ନେତା । ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶରେ । ଏହି ଘଟଣା ସମଗ୍ର ଦୃଶ୍ୟକୁ ଭିଡିଓ ରେକର୍ଡ କରି ପିୟୁସ ରାୟ ନାମକ ଜଣେ ଟୁଇଟର ୟୁଜର ତାଙ୍କ ପେଜ୍‌ରେ ପୋଷ୍ଟ କରିଛନ୍ତି । ଏହାପରେ ଦେଶବ୍ୟାପୀ ଏ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ମିଳିଥିବା ସୂଚନା ଅନୁସରେ, ମନୋଜ ଚନ୍ଦୋସୀ ନାମକ ଜଣେ ଭିନ୍ନକ୍ଷମ ବ୍ୟକ୍ତି ଘରକୁ ଘର ବୁଲି ଚପଲ ବିକ୍ରି କରି ପରିବାର ଚଳାନ୍ତି । ବେପାର ସାରି ଫେରୁଥିବା ବେଳେ ରାସ୍ତାରେ ଭାଜପା ରାଲି ଯାଉଥିବା ମନୋଜ ଦେଖିଥିଲେ । ଏହି ସମୟରେ ମନୋଜ ନିଶାଗ୍ରସ୍ତ ଥିଲେ ବୋଲି ଜଣାପଡିଛି । ତେବେ ଭାଜପା ରାଲି ଦେଖି ମନୋଜ ଭାଜପା ସରକାରଙ୍କୁ ସମାଲୋଚନା କରିବା ସହ ଅଖିଳେସ ସରକାରଙ୍କୁ ଭୋଟ ଦେବେ ବୋଲି କହିଥିଲେ । ଏଥିରେ ସମ୍ଭଲର ମହମମ୍ମଦ ମିୟା ନାମକ ଜଣେ ଭାଜପା ନେତା ରାଗିଯାଇ ତାଙ୍କୁ ଏକ ବାଡ଼ିରେ ମାଡ଼ ମାରିବା ସହ ତାଙ୍କ ପାଟିରେ ବାଡି ପୁରାଇ ଦେଇଥିଲେ । ସୋସିଆଲ ମିଡ଼ିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଭାଜପା କର୍ମୀଙ୍କ ଏଭଳି କାର୍ଯ୍ୟକୁ ସମାଲୋଚନା କରାଯାଇଛି ।

Leave A Reply

Your email address will not be published.