ପରମ୍ପରା ନାଁରେ ନିରୀହ ଜନ୍ତୁ ହତ୍ୟା । ବାସୁଳେଇ ପୀଠରେ ପଡ଼ିଲା ବାର୍‌ହା, ମେଣ୍ଢା ବଳି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସରକାରୀ କଟକଣା ସତ୍ତ୍ୱେ ବଳବତ୍ତର ରହିଛି ବଳି ପ୍ରଥା । ଏବେ ବି ବିଭିନ୍ନ ପର୍ବରେ ପୂଜାର୍ଚ୍ଚନା ନାଁରେ କେତେକ ଦେବାଦେବୀ ପୀଠରେ ପଶୁପକ୍ଷୀ ବଳି ପକାଯାଉଛି । ପରମ୍ପରା ଆଳରେ ନିରୀହ ପଶୁପକ୍ଷୀଙ୍କୁ ହତ୍ୟା କରାଯାଉଛି । ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ଏ ନେଇ ଅନେକ ସମୟରେ ସଚେତନତା କାର୍ଯ୍ୟକ୍ରମ କରାଯାଉ ଥିଲେ ହେଁ ପରମ୍ପରା ନାଁରେ ଜୀବ ହତ୍ୟା କରାଯାଉଥିବା ଦେଖାଯାଉଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମହାକାଳପଡ଼ା ବ୍ଲକ ଅଞ୍ଚଳରେ । ବ୍ଲକ ଅଧୀନ ବିଜୟନଗର ପଞ୍ଚାୟତ ଶଙ୍ଖପଦା ଗ୍ରାମ ବେହେରା ସାହିସ୍ଥିତ ମା’ବାସୁଳେଇ ପୀଠରେ ପବିତ୍ର ସାମ୍ବଦଶମୀ ଅବସରରେ ବୁଧବାର ରାତିରେ କୁକୁଡ଼ା, ମେଣ୍ଢା ଓ ବାରହା ଆଦି ବଳି ପକାଯାଇଛି । ପୀଠ ପରିସରରେ ଏକ ଧାରୁଆ ଅସ୍ତ୍ରରେ ସେମାନଙ୍କ ବେକ କାଟି ମା’ଙ୍କୁ ସମର୍ପଣ କରାଯାଇଥିଲା । ଏହାପରେ ମାଂସ ରାନ୍ଧି ପ୍ରସାଦ ସେନ କରାଯାଇଥିଲା । କାହିଁ କେଉଁ ଅମଳରୁ ଚାଲି ଆସୁଥିବା ପରମ୍ପରାକୁ ଗତ କିଛି ବର୍ଷ ପୂର୍ବେ ପ୍ରଶାସନ ପକ୍ଷରୁ ବାରଣ କରାଯିବା ଯୋଗୁଁ ଏ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ଏହାପରେ ବି ବଳି ପ୍ରଥା ଚାଲୁ ରହିଛି ।

Leave A Reply

Your email address will not be published.