ଆମ ଶକ୍ତି ନିଅ ମହିଳାଙ୍କୁ ସୁରକ୍ଷା ଦିଅ, ବିଜେପି ମହିଳା ମୋର୍ଚ୍ଚା

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆମ ଶକ୍ତି ନିଅ ମହିଳାଙ୍କୁ ସୁରକ୍ଷା ଦିଅ ଏହିପରି ନାରାବାଜି କରି ବିଜେପି ମହିଳା ମୋର୍ଚ୍ଚା କର୍ମୀ ଚୁଡି ଧରି ମନ୍ତ୍ରୀଙ୍କ ବାସଭବନକୁ ଧସେଇ ପଶିବାକୁ ଉଦ୍ୟମ କରିବା ବେଳେ ପୋଲିସ ସହ ହୋଇଥିଲା ଧସ୍ତାଧସ୍ତି । ବେବିନାକୁ ନ୍ୟାୟ ଦେବାରେ ରାଜ୍ୟ ସରକାର ଅସମର୍ଥ ହୋଇଥିବାରୁ ବିଜେପି ମହିଳା ମୋର୍ଚ୍ଚା ଏପରି ପଦକ୍ଷପ ନେଇଥିବା କହିଛନ୍ତି ।

ସୂଚନା ଅନୁଯାୟୀ, ଆଜି ଦିନରେ ବିଜେପି ମହିଳା ମୋର୍ଚ୍ଚା କର୍ମୀ ଚୁଡି ଧରି ମନ୍ତ୍ରୀଙ୍କ ଘରକୁ ଧସେଇ ପଶି ଗେଟରେ ଚୁଡି ବାନ୍ଧିବାକୁ ଉଦ୍ୟମ କରିବା ସମୟରେ ପୋଲିସ ସେମାନଙ୍କୁ ଅଟକାଇ ଥିଲେ । ବେବିନା, ଇତିଶ୍ରୀ ଓ ସେହିପରି ଅନେକ ପିଡିତାଙ୍କୁ ନ୍ୟାୟ ନମିଳିବାକୁ ନେଇ ସାରା ରାଜ୍ୟରୁ ସେମାନେ ଚୁଡି ସଂଗ୍ରହ ଅଭିଯାନ ଚଳାଇଥିଲେ । ଆଜି ସେହି ଚୁଡିକୁ ନେଇ ମନ୍ତ୍ରୀଙ୍କ ଘରକୁ ଧସେଇ ପଶିବାକୁ ଉଦ୍ୟମ କରି ଥିଲେ ।

Leave A Reply

Your email address will not be published.