ମାଳ ମାଳ ପୋଲିସକୁ ଚକମା ଦେଇ ସଚିବାଳୟ ଗେଟରେ ବାନ୍ଧିଲେ ଚୁଡି

0



ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମାଳ ମାଳ ପୋଲିସ କୁ ଚକମା ଦେଇ ବିଜେପି ମହିଳା ମୋର୍ଚ୍ଚା ସଚିବାଳୟ ଗେଟରେ ବାନ୍ଧିଲେ ଚୁଡି । ବେବିନା ପରି ଅନେକ ଯୁବତୀ ଓ ମହିଳା ହେଉଛନ୍ତି ଦୁଷ୍କର୍ମର ଶିକାର । ରାଜ୍ୟ ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ଅସମର୍ଥ । ଏହାର ପ୍ରତିବାଦ କରି ବିଜେପି ମହିଳା ମୋର୍ଚ୍ଚା ଆରମ୍ଭ କରିଛି ମନ୍ତ୍ରୀ ଓ ନେତାଙ୍କ ଗେଟରେ ଚୁଡି ବାନ୍ଧିବା ଅଭିଯାନ । ଦୁଇଦିନ ପୂର୍ବରୁ ନେତାଙ୍କ ଗେଟରେ ଚୁଡି ବାନ୍ଧିବାକୁ ଯାଇଥିବା ବିଜେପି ମହିଳା ମୋର୍ଚ୍ଚା କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ସେହିପରି ଆଜି ପୁଣିଥରେ ଶତାଧିକ ବିଜେପି ମହିଳା ମୋର୍ଚ୍ଚା କର୍ମୀ ନାଲି ଚୁଡି ଧରି ସଚିବାଳୟରେ ଧସେଇ ପଶିବାକୁ ଉଦ୍ୟମ କରିବା ବେଳେ ପୋଲିସ ତାଙ୍କୁ ଅଟକାଇଥିଲା । ଏହି ସମୟରେ ସେମାନେ ପୋଲିସ ଉପରକୁ ଚୁଡି ଫୋଫାଡ଼ି ଥିଲେ । ସେମାନେ ଦୁଇ ଭାଗରେ ବିଭାଜିତ ହୋଇ ପୋଲିସ କୁ ଦେଇଥିଲେ ଚକମା । ଗୋଟିଏ ଦଳକୁ ପୋଲିସ ଅଟକାଇବା ବେଳେ ହୋଇଥିଲା ଧସ୍ତାଧସ୍ତି । ଏହାର ଫାଇଦା ଉଠାଇ ଅନ୍ୟଦଳ ସଚିବାଳୟ ଗେଟରେ ଚୁଡି ବାନ୍ଧିବାରେ ସଫଳ ହୋଇଥିଲେ । ଏହି ଚୁଡି ବନ୍ଧା ଅଭିଯାନରେ ବିଜେପି ନେତ୍ରୀ ରୂପା ଗାଙ୍ଗୁଲି , ମହେଶ୍ୱତା ରାୟଙ୍କ ସହ ଅନେକ ନେତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.