ସାଧାରଣତନ୍ତ୍ର ଦିବସରେ ସହିଦ ଯବାନଙ୍କ ମୃତଦେହ ଆଜି ପହଞ୍ଚିବ ପୈତୃକ ଗାଁରେ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାଧାରଣତନ୍ତ୍ର ଦିବସରେ ଜଣେ ଓଡ଼ିଆ ଯବାନ ସହିଦ ହୋଇଥିବା ଖବର ସମଗ୍ର ଓଡିଶା ବାସୀଙ୍କୁ ଦୁଃଖିତ କରିଛି । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଅଠରାଙ୍ଗ ଗାଁର ହେମନ୍ତ ପଣ୍ଡା ଗତକାଲି ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି । ଆଜି ହେମନ୍ତଙ୍କ ମୃତଦେହ ତାଙ୍କ ପୈତୃକ ଗାଁକୁ ଆସିବ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ଜାମ୍ମୁ-କାଶ୍ମରୀର ବାରାମୁଲା ଅଞ୍ଚଳରେ ଗତକାଲି ସକାଳୁ ଦୁଇ ଜଣ ଆତଙ୍କବାଦୀ ଏନକାଉଣ୍ଟରରେ ନିହତ ହୋଇଥିଲେ । ଏହି ଯବାନ, ଆତଙ୍କବାଦୀ ଗୁଳି ବିନିମୟ ସମୟରେ ହେମନ୍ତ ଆହତ ହୋଇ ଚିକିତ୍ସାଧୀନ ଥିଲେ । ଆଜି ହେମନ୍ତଙ୍କ ମୃତଦେହ ତାଙ୍କ ପୈତୃକ ଗାଁକୁ ଆସିବ ବୋଲି ଜଣାପଡିଛି । ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Leave A Reply

Your email address will not be published.