ସାଧୁସନ୍ଥଙ୍କୁ ମିଳୁ ‘ ଭାରତ ରତ୍ନ ‘ : ବାବା ରାମଦେବ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦେଶର ସର୍ବୋଚ୍ଚ ବେସାମରିକ ପୁରସ୍କାର ଭାରତ ରତ୍ନ ସମ୍ମାନରେ ସାଧୁସନ୍ଥଙ୍କୁ ସମ୍ମାନିତ କରାଯାଉ ନଥିବା ନେଇ ପ୍ରଶ୍ନ ଉଠାଇଛନ୍ତି ବିଶିଷ୍ଟ ଯୋଗଗୁରୁ ବାବା ରାମଦେବ । ଆହ୍ଲାବାଦର କୁମ୍ଭମେଳାଠାରେ ଯୋଗଦେଇ ରାମଦେବ କହିଛନ୍ତି, ଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବ୍ୟକ୍ତିବିଶେଷଙ୍କୁ ଚଳିତବର୍ଷ ଭାରତ ରତ୍ନ ମିଳିଛି । ଏହାକୁ ମୁଁ ସମ୍ମାନ କରେ । କିନ୍ତୁ ଦେଶ ଗଠନରେ ବହୁ ସାଧୁ ସନ୍ଥ ଅନନ୍ୟ ଅବଦାନ ଦେଇଥିବା ବେଳେ ବର୍ତ୍ତମାନ ସୁଦ୍ଧା କୌଣସି ସନ୍ୟାସୀଙ୍କୁ ଭାରତ ରତ୍ନ ସମ୍ମାନ ପ୍ରଦାନ କରାଯାଇନାହିଁ । କୌଣସି ରାଜନୈତିକ ନେତା କିମ୍ବା କ୍ରୀଡ଼ାବିତ୍‌ଙ୍କ ତୁଳନାରେ ମହର୍ଷି ଦୟାନନ୍ଦ ଓ ସ୍ୱାମୀ ବିବେକାନନ୍ଦଙ୍କର ଦେଶ ପ୍ରତି ଅବଦାନ କିଛି କମ୍‌ ନୁହେଁ । ଖ୍ରୀଷ୍ଟିୟାନ ସନ୍ଥ ମଦର ଟେରେସାଙ୍କୁ ସମ୍ମାନିତ କରାଯାଇ ଥିବା ବେଳେ ହିନ୍ଦୁ ସାଧୁସନ୍ଥଙ୍କୁ କୌଣସି ଜାତୀୟ ସମ୍ମାନ ମିଳୁ ନଥିବା ନେଇ ପ୍ରଶ୍ନ ଉଠାଇଛନ୍ତି ରାମଦେବ ।

ସୂଚନା ଅନୁଯାୟୀ, ଚଳିତ ବର୍ଷ ପ୍ରଣବ ମୁଖାର୍ଜୀ, ନାନାଜୀ ଦେଶମୁଖ ଓ ଭୁପେନ୍‌ ହଜାରିକାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି।

Leave A Reply

Your email address will not be published.