ସୁଧୁରୁନି ରାଜ୍ୟ କଂଗ୍ରେସ, କଂଗ୍ରେସ ଭବନରେ ହତାହାତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି କଂଗ୍ରେସ ଭବନରେ ଅକ୍ରମଣର ଶିକାର ହୋଇଛନ୍ତି ଓଡ଼ିଶା ମତ୍ସ କଂଗ୍ରେସ ସଭାପତି ହଳଧର ସେଠି । ହଳଧର ସେଠିଙ୍କୁ ସଭାପତିଙ୍କ ଉପସ୍ଥିତିରେ କଂଗ୍ରେସ ଭବନରେ ଗାଳି ଗୁଲଜ ସହ ଧକ୍କା ମାରିଲେ ଛାତ୍ର କଂଗ୍ରେସ ଆବାହକ ।

ସୂଚନା ଅନୁଯାୟୀ, ଛାତ୍ର କଂଗ୍ରେସର କେନ୍ଦ୍ରାପଡାରେ ଏକ ମିଟିଂ ଥିଲା । ସେହି ମିଟିଂରେ ଓଡ଼ିଶା ମତ୍ସ କଂଗ୍ରେସ ସଭାପତି ହଳଧର ସେଠି ଅତିଥି ହୋଇ ଯାଇଥିଲେ । ଏହି କାର୍ଯ୍ୟକ୍ରମର ଆୟୋଜନର ଦାୟିତ୍ୱ ହଳଧର ସେଠିଙ୍କ ଉପରେ ନ୍ୟସ୍ତ ଥିଲା ବୋଲି କିଛି ଭୁଲ ବୁଝାମଣା ସୃଷ୍ଟି ହୋଇଥିଲା । ଏହି କାର୍ଯ୍ୟକ୍ରମ ପାଇଁ ଲାଗିଥିବା ପୋଷ୍ଟେରରେ ଛାତ୍ର କଂଗ୍ରେସ ଆବାହକଙ୍କ ଫଟୋ ନଥିବାରୁ ତୁମୁଳ କାଣ୍ଡ ଘଟିଛି କଂଗ୍ରେସ ଭବନରେ । ଏହାକୁ ନେଇ ଦୁଇଦିନ ପୂର୍ବରୁ ହଳଧର ସେଠିଙ୍କୁ ଫୋନରେ ଧମକ ଦିଆଯାଇଥିଲା । ଗତକାଲି କଂଗ୍ରେସ ଭବନରେ ମେନିଫେଷ୍ଟୋ ମିଟିଂରେ ଯୋଗ ଦେବାକୁ ହଳଧର ସେଠି ଆସିଥିଲେ । ଏହିସମୟରେ ଛାତ୍ର କଂଗ୍ରେସ ଆବାହକ ହଳଧର ସେଠିଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଦେଇ ଧକ୍କା ମାରିବା ସହ ତଣ୍ଟି ଚିପିବାକୁ ସଭାପତିଙ୍କ ଆଗରେ ଉଦ୍ୟମ କରିଥିଲେ । ଏହାକୁ ନେଇ ହଳଧର ସେଠି ଥାନାରେ ଅଭିଯୋଗ କରିନଥିଲେ ମଧ୍ୟ କଂଗ୍ରେସ ଫୋରମରେ ଅଭିଯୋଗ କରିଛନ୍ତି । ହଳଧର ଏ ଘଟଣା ସମ୍ୱନ୍ଧରେ ଛାତ୍ର କଂଗ୍ରେସ ସଭାପତି, ଏଆଇସିସି ଓ କେନ୍ଦ୍ରାପଡ଼ା ଛାତ୍ର ମିଟିଂ ଇଂଚାର୍ଜଙ୍କ ଅଗରେ ଅଭିଯୋଗ କରିଥିବା ଶୁଣିବାକୁ ମିଳୁଛି ।

Leave A Reply

Your email address will not be published.