ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଦୁଇ ସହିଦ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ବିମାନ ବନ୍ଦରରେ ଦୁଇ ସହିଦ ଯବାନଙ୍କ ପ୍ରାର୍ଥିବ ଶରୀର ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ, ମନ୍ତ୍ରୀ, ପିସିସି ସଭାପତି, ସିଅରପିଏଫ ଯବାନ ପୁଷ୍ପ ଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହା ପରେ ସହିଦ ପ୍ରସନ୍ନ କୁମାର ସାହୁ ଏବଂ ସହିଦ ମନୋଜ ବେହେରାଙ୍କ ପ୍ରାର୍ଥିବ ଶରୀରକୁ ତାଙ୍କ ପୈତୃକ ଗ୍ରାମକୁ ନିଆଯାଇଥିଲା ।

ସୂଚନା ଅନୁଯାୟୀ, ପ୍ରସନ୍ନ କୁମାର ସାହୁ ଏବଂ ମନୋଜ ବେହେରାଙ୍କ ସହିଦ ହେବା ଖବର ଆସିବା ପରେ ସମଗ୍ର ରାଜ୍ୟ ସ୍ତବ୍ଧ ହୋଇଯାଇଥିଲା । ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁ ନଥିବା ବେଳେ ଜନ୍ମ ମାଟି ଆଜି ଝୁରୁଛି ତାର ଦୁଇ ବୀର ସନ୍ତାନକୁ ।

୧୯୯୫ ମସିହାରେ ସିଆରପିଏଫର ଯୋଗ ଦେଇଥିବା ଜଗତସିଂହପୁରର ସହିଦ ପ୍ରସନ୍ନ କୁମାର ସାହୁଙ୍କ ପ୍ରାର୍ଥିବ ଶରୀରକୁ ଗ୍ରାମବାସୀଙ୍କ ଶେଷଦର୍ଶନ ପାଇଁ କିଛି ସମୟ ରଖାଯାଇଥିଲା । ପ୍ରସନ୍ନଙ୍କ ଶେଷକୃତ୍ୟ ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ସାମିଲ ହୋଇଛନ୍ତି । ଅର୍ଥମନ୍ତ୍ରୀ ଶଶିଭୂଷଣ ସହିଦଙ୍କ ପରିବାରବର୍ଗଙ୍କୁ ୨୫ ଲକ୍ଷର ଚେକ ପ୍ରଦାନ କରଥିଲେ । ସେଠାରେ ପ୍ରସନ୍ନ ଗାର୍ଡ ଅଫ ଅନର ଦେବାପରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ସହିଦଙ୍କ ଶେଷକୃତ୍ୟରେ ହଜାର ହଜାର ଲୋକ ଯୋଗଦାନ କରିଥିଲେ ।

ଅନ୍ୟପଟେ, ୨୦୦୬ ମସିହାରେ ସିଆରପିଏଫରେ ଯୋଗଦେଇଥିବା ସହିଦ ଯବାନ ମନୋଜ ବେହେରାଙ୍କ ପ୍ରାର୍ଥିବ ଶରୀର ତାଙ୍କ ପୈତୃକ ଗାଁ ନିଆଳି ରତନପୁରରେ ପହଞ୍ଚିଥିଲା । ଶହ ଶହ ଲୋକ ଗାଁ ରାସ୍ତାରେ ତାଙ୍କ ଶେଷ ଦର୍ଶନ ପାଇଁ ଅପେକ୍ଷା କରି ରହିଥିଲେ । ସେଠାରେ ମଧ୍ୟ ସମଗ୍ର ଗାଁରେ ଶୋକକୁଳ ପରିବେଷ ଦେଖିବାକୁ ମିଳିଥିଲା । ମନୋଜଙ୍କ ଶେଷକୃତ୍ୟ ସମୟରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ମନ୍ତ୍ରୀ ପ୍ରତାପ ଜେନା ଉପସ୍ଥିତ ରହିଥିଲେ । ମନ୍ତ୍ରୀ ପ୍ରତାପ ଜେନା ସହିଦଙ୍କ ପରିବାରବର୍ଗଙ୍କୁ ୨୫ ଲକ୍ଷର ଚେକ ପ୍ରଦାନ କରଥିଲେ । ଗାର୍ଡ ଅଫ ଅନର ଦେବାପରେ ମନୋଜଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ସହିଦଙ୍କ ଶେଷକୃତ୍ୟରେ ହଜାର ହଜାର ଲୋକ ଯୋଗଦାନ କରିଥିଲେ ।

Leave A Reply

Your email address will not be published.