କରଞ୍ଜିଆରେ କେନ୍ଦ୍ର ସରକାରଙ୍କୁ ଗରିବ ବିରୋଧି କହିଲେ ନବୀନ

0

ଓଡିଶା ଫାଷ୍ଟ(ବ୍ୟୁରୋ): କରଞ୍ଜିଆ ବିଧାନସଭା ର୍ନିବାଚନମଣ୍ଡଳୀର ଠାକୁରମୁଣ୍ଡାସ୍ଥିତ ପଣସଡିହା ପଡ଼ିଆରେ ବୁଧବାର ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ବିଜେଡି ଏମ୍‌ପି ଓ ବିଧାୟକ ପ୍ରାର୍ଥୀଙ୍କୁ ଭୋଟ ଦେଇ ବିଜୟୀ କରିବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ଆସି ପଣସଡ଼ିହା ପଡ଼ିଆଠାରେ ପହଞ୍ଚିଥିଲେ । ସଭାରେ ମୁଖ୍ୟମନ୍ତ୍ରୀ କହିଥିଲେ, କାଳିଆ ଯୋଜନା ବନ୍ଦ ପାଇଁ ହୀନଚକ୍ରାନ୍ତ କରାଯାଉଛି । ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ଏହାକୁ କେହି ବନ୍ଦ କରିପାରିବେ ନାହିଁ । ଏଥିସହିତ ବିଜୁ ସ୍ବାସ୍ଥ୍ୟ ଯୋଜନାରେ ବର୍ଷକୁ ଚିକିତ୍ସା ସହାୟତା ୫ ଲକ୍ଷ ଏବଂ ମହିଳାମାନଙ୍କୁ ଏହାର ଡବଲ ଅର୍ଥ ଦିଆଯାଉଛି ବୋଲିି କହିଥିଲେ ।

ଏଥିସହ ଏମ୍‌ପି ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁ ଓ ବିଧାୟକ ପ୍ରାଥୀ ବାସନ୍ତୀ ହେମ୍ବ୍ରମଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଭୋଟରଙ୍କୁ ନିବେଦନ କରିଥିଲେ । ଏହି ଅବସରରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ନବୀନ କହିଥିଲେ, ବିଜେପି ସରକାର ଗରିବ ବିରୋଧୀ । ବିମୁଦ୍ରାକରଣ ଯୋଗୁଁ ଗରିବ ଆହୁରି ଗରିବ ହୋଇଛି । ଗ୍ୟାସ ଓ ପେଟ୍ରୋଲ ଦର ବୃଦ୍ଧି ପାଇବା ଦ୍ୱାରା ଲୋକ ହନ୍ତସନ୍ତ ହୋଇଛନ୍ତି । ଜିଏସଟି ଯୋଗୁଁ ସାଧାରଣ ବ୍ୟବସାୟୀ ପ୍ରଭାବିତ ହୋଇଛନ୍ତି ବୋଲି ନବୀନ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଭାରେ କରଞ୍ଜିଆ ବିଧାୟକ ବିଜୟ କୁମାର ନାୟକ, ଜିଲା ସଭାପତି ଦେବାଶିଷ ମହାନ୍ତିଙ୍କ ସମେତ ଦଳର ବହୁ ନେତାଙ୍କ ସମେତ ୨୦ହଜାରରୁ ଊର୍ଦ୍ଧ୍ୱ କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.