ଗିରଫ ହେବେ ଅଭିଜିତ ଆୟର ମିତ୍ର !!

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନାମଞ୍ଜୁର ହେଲା ଅଭିଜିତ ଆୟର ମିତ୍ରଙ୍କ ଜାମିନ ଆବେଦନ । ସୁପ୍ରିମକୋର୍ଟ ତାଙ୍କ ଜାମିନ ଆବେଦନକୁ ନାମଞ୍ଜୁର କରିଛନ୍ତି। କୋଣାର୍କ ମନ୍ଦିର ଓ ଜଗନ୍ନାଥ ମନ୍ଦିର ସଂପର୍କରେ ଅରୁଚିକର ମନ୍ତବ୍ୟ ଦେଇଥିବାରୁ ଏହା ଧର୍ମୀୟ ଭାବନାକୁ ଆଘାତ କରିଛି ତେଣୁ ସୁପ୍ରିମକୋର୍ଟ ଅଭିଜିତଙ୍କ ଜାମିନ ଆବେଦନକୁ ନାମଞ୍ଜୁର କରିଛନ୍ତି । ଶୁକ୍ରବାର ପର୍ଯ୍ୟନ୍ତ ପୁରୀସଦର ଥାନାରେ ଅଭିଜିତ ଆତ୍ମସମର୍ପଣ ନକଲେ ଗିରଫ ହେବା ଏକ ପ୍ରକାର ନିଶ୍ଚିତ ବୋଲି ସୂଚନା ମିଳିଛି । ଏହି ମାମଲାକୁ ଅତି ସମ୍ବେଦନଶୀଳ ଭାବେ ଗ୍ରହଣ କରି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କହିଛନ୍ତି,”ଅଭିଜିତ ଆୟାର ଧର୍ମୀୟ ଭାବନାକୁ ଉସୁକାଇଛନ୍ତି, ବେଲ ପାଇଁ ଏହି ମାମଲା ଉପଯୁକ୍ତ ନୁହେଁ, କାହିଁକି ବେଲ ଦିଆଯିବ ?”

ସୂଚନାନୁଯାୟୀ, ଅଭିଜିତ ଆୟର ଓଡ଼ିଶା, କୋଣାର୍କର ସୂର୍ଯ୍ୟ ମନ୍ଦିର ଓ ଜଗନ୍ନାଥ ମନ୍ଦିର ସଂପର୍କରେ ଅରୁଚିକର ମନ୍ତବ୍ୟ ଦେଇଥିଲେ । ଯାହାକି ସୋସିଆଲ ମିଡ଼ିଆରେ ଭାଇରଲ ହୋଇଥିଲା । ଏହା ଓଡ଼ିଶା ବାସୀଙ୍କ ହୃଦୟରେ କୁଠାରଘାତ କରିଥିଲା ।

ଦିଲ୍ଲୀର ନିଜାମୁଦ୍ଧିନ ଥାନା ପୁଲିସ ସହାୟତାରେ ଓଡ଼ିଶା ପୋଲିସ ତାଙ୍କୁ ଗିରଫ କରିଥିଲା । ଅଭିଜିତଙ୍କୁ ସାକେତ କୋର୍ଟରେ ହାଜର କରାଯିବା ପରେ ତାଙ୍କ ଜାମିନ ମଞ୍ଜୁର ହୋଇଯିବାରୁ ଓଡିଶା ପୋଲିସ ତାଙ୍କୁ ରିମାଣ୍ଡରେ ଆଣିପାରି ନଥିଲା ।

Leave A Reply

Your email address will not be published.