୧୭ଟି ଆକର୍ଷଣୀୟ ଐତିହ୍ୟସ୍ଥଳ ତାଲିକାରେ ଓଡିଶାକୁ ଅଣଦେଖା

ପୁରୀକୁ ସାମିଲ କରିବାକୁ ଲୋକ ସଭାରେ ଦାବି କଲେ ଅନୁଭବ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀକୁ ଦେଶର ସାଂସ୍କୃତିକ ରାଜଧାନୀ କରିବା ପାଇଁ ବିଜେପି ଏହାର ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା । ହେଲେ କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ ୧୭ଟି ଆକର୍ଷଣୀୟ ଐତିହ୍ୟସ୍ଥଳ ତାଲିକାରେ ଓଡ଼ିଶାର ପ୍ରସିଦ୍ଧ କୋଣାର୍କ ମନ୍ଦିର ଓ ଶ୍ରୀଜଗନ୍ନାଥ ଧାମ ପୁରୀ ସ୍ଥାନ ପାଇନାହିଁ । ତେଣୁ ଏ ନେଇ କେନ୍ଦ୍ରାପଡ଼ା ଏମପି ଅନୁଭବ ମହାନ୍ତି ଲୋକ ସଭାରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି, ୨୦୧୯-୨୦ ବଜେଟରେ ଦେଶର ୧୭ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନର ବିକାଶ ପାଇଁ ପ୍ରସ୍ତାବ ଥିବାବେଳେ ଓଡ଼ିଶାର କୌଣସି ପର୍ଯ୍ୟଟନ ସ୍ଥଳକୁ ଅନ୍ତର୍ଭୁକ୍ତ କରା ନଯିବା ଉଦ୍‌ବେଗଜନକ । ବଜେଟ ସମ୍ପର୍କିତ ଆଲୋଚନାରେ ଭାଗନେଇ ଅନୁଭବ କହିଲେ, ୨୦୧୯ ସାଧାରଣ ନିର୍ବାଚନ ବେଳେ ପୁରୀକୁ ଭାରତର ସାଂସ୍କୃତିକ ରାଜଧାନୀ କରିବା ପାଇଁ ବିଜେପି ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ଦେଶର ୧୭ଟି ପର୍ଯ୍ୟଟନ ସ୍ଥଳକୁ ବିଶ୍ୱ ଶ୍ରେଣୀୟ ମାନ୍ୟତା ଦେବା ପାଇଁ ଚିହ୍ନଟ କରାଯାଇଛି । ମାତ୍ର ଏଥିରେ ପୁରୀକୁ ସ୍ଥାନ ନଦିଆଯିବା ଦୁର୍ଭାଗ୍ୟଜନକ ବୋଲି ଅନୁଭବ କହିଛନ୍ତି ।

ସେହିପରି କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ ୧୭ଟି ଆକର୍ଷଣୀୟ ଐତିହ୍ୟସ୍ଥଳ ତାଲିକାରେ ଓଡ଼ିଶାର ପ୍ରସିଦ୍ଧ କୋଣାର୍କ ମନ୍ଦିର ଓ ଶ୍ରୀଜଗନ୍ନାଥ ଧାମ ପୁରୀକୁ ଅନ୍ତର୍ଭୁକ୍ତ କରା ନଯିବା ଦୁର୍ଭାଗ୍ୟଜନକ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ସେ ଏ ନେଇ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ଏକ ପତ୍ର ଲେଖି କେନ୍ଦ୍ର ସରକାରଙ୍କୁ ଅନୁରୂପ ଦାବି ଜଣାଇବାକୁ ଅନୁରୋଧ କରିଛନ୍ତି । 

Leave A Reply

Your email address will not be published.