ବେଦୁଙ୍କ ପ୍ରତି ନ୍ୟାୟ କରାଯାଇନି: ବିଜୟ । ହତଭାଗା ବିଜୟଙ୍କୁ ନେଇ ଚର୍ଚ୍ଚା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାଟକୁରା ନିର୍ବାଚନ ମଣ୍ଡଳୀ ର ବିଜେଡି ବିଧାୟକ ପ୍ରାଥୀ ତଥା ବରିଷ୍ଠ ନେତା ବେଦପ୍ରକାଶ ଅଗ୍ରୱାଲଙ୍କ ବିୟୋଗରେ ତାଙ୍କ ପ୍ରତିଦ୍ବନ୍ଦୀ ବଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଶୋକ ପ୍ରକାଶ କରି କହିଛନ୍ତି, ‘ ବେଦୁଙ୍କ ପରଲୋକରେ ମୁଁ ବ୍ୟକ୍ତିଗତ ଭାବେ ଦୁଃଖିତ’ ।

ବିଜୟ ଆହୁରି ମଧ୍ଯ କହିଛନ୍ତି, ‘ବେଦୁଙ୍କ ପ୍ରତି ନ୍ୟାୟ କରାଯାଇନି । ସେ ଗତ ତିନିମାସ ହେଲା ସେ ଚିକିତ୍ସିତ ହେଉଥିଲେ । ଯେଉଁମାନେ ତାଙ୍କୁ ଠିଆ କରାଇଥିଲେ, ସେମାନେ ତାଙ୍କ ପ୍ରତି ନ୍ୟାୟ କରିନାହାନ୍ତି । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ସେ ଶଯ୍ୟାଶାୟୀ ଥିଲେ । ରୋଗଶଯ୍ୟାରେ ଥାଇ ବେଦୁଙ୍କ ପ୍ରାର୍ଥୀ କରାଯାଇ ତାଙ୍କ ପ୍ରତି ଅନ୍ୟାୟ କରାଯାଇଛି ‘ ।

Leave A Reply

Your email address will not be published.