ବିନା ଅନୁମତିରେ ମୃତଦେହରୁ କାଢ଼ିନେଲେ ଆଖି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀଙ୍କ ବିନା ଅନୁମତିରେ ମୃତଦେହରୁ କାଢ଼ିନେଲେ ଆଖି । ଏଭଳି ଘଟଣା କଟକ ଏସସିବିରେ ଘଟିଥିବା ଅଭିଯୋଗ ଆସିଛି ।

ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ବାଗୁରାଇ ଆଦିବାସୀ କଲୋନୀର ନଣ୍ଡା ଗାଗରାଇ ତାଙ୍କ ପତ୍ନୀ ଚମ୍ପା ଗାଗରାଇଙ୍କ ସହ ଝଗଡା ହେବାରୁ ରାଗିଯାଇ ଗତ ୭ତାରିଖରେ ବିଷ ପିଇଦେଇଥିଲେ । ଚିକିତ୍ସା ପାଇଁ ପ୍ରଥମେ ନଣ୍ଡାଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ନଣ୍ଡାଙ୍କର ମୃତ୍ୟୁ ହୋଇଥିଲା । ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ।

ଏହାପରେ ପରିବାର ଲୋକ କାଗଜପତ୍ରରେ ଟିପ ଚିହ୍ନ ଦେଇ ନଣ୍ଡାଙ୍କ ଅନ୍ତିସଂସ୍କାର ପାଇଁ ମୃତଦେହ ଗାଁକୁ ଆଣିଥିଲେ । ସେହିସମୟରେ ମୃତଦେହରେ ଆଖିନଥିବା ସେମାନେ ଜାଣିବାକୁ ପାଇଥିଲେ । ଗାଁ ଲୋକେ ଡାକ୍ତରଖାନା ପକ୍ଷରୁ ମିଳିଥିବା କାଗଜପତ୍ର ଦେଖିବା ପରେ ସେଥିରେ ପରିବାର ଲୋକେ ନିଜ ଇଚ୍ଛାରେ ଚକ୍ଷୁଦାନ କରୁଥିବା ଲେଖାଥିବା ସହ ମୃତ ବ୍ୟକ୍ତିଙ୍କ ପତ୍ନୀର ଟିପ ଚିହ୍ନ ରହିଥିଲା । ମାତ୍ର ଚମ୍ପା ଏସମ୍ୱନ୍ଧରେ କିଛି ଜାଣିନଥିବା କହିଥିଲେ । ଚମ୍ପାଙ୍କ ଅଭିଯୋଗ ମୁତାବକ ସେ ଅଶିକ୍ଷିତ ହୋଇଥିବାରୁ ଡାକ୍ତରଖାନାରେ ତାଙ୍କୁ ଦିଆଯାଇଥିବା କାଗଜରେ ସେ ଟିପଚିହ୍ନ ଦେଇଥିଲେ । ସେଥିରେ ସେମାନଙ୍କ ବିନା ଅନୁମତିରେ ଚକ୍ଷୁଦାନ ପାଇଁ ମଧ୍ୟ ଟିପଚିହ୍ନ ନେଇଥିଲେ । ପରିବାର ଲୋକ ଓ ଗ୍ରାମବାସୀ ଭଦ୍ରକ ଏସପିଙ୍କୁ ଭେଟି ଘଟଣା ବିଷୟରେ ଅବଗତ କରାଇବା ପରେ ସେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିବାକୁ ପରିବାରଲୋକଙ୍କୁ ପରାମର୍ଶ ଦେଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.