ଆନ୍ଧ୍ର ଓ ଓଡିଶା ପୋଲିସ ମିଳିତ ଭାବେ ମାଓ ଦମନ କରିବେ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱରରେ ମାଓବାଦୀଙ୍କୁ ଦମନ କରିବାକୁ ଗତକାଲି ବସିଥିବା ବୈଠକ ସଫଳ ହୋଇଛି । ଆନ୍ଧ୍ର ଓ ଓଡ଼ିଶା ସୀମାରେ ବଢିଚାଲିଥିବା ମାଓ ପ୍ରାଦୁର୍ଭାବ କୁ କିପରି ରୋକାଯାଇ ପାରିବ ଏନେଇ ଆନ୍ଧ୍ର-ଓଡିଶା ଡିଜିପିସ୍ତରୀୟ ଦ୍ୱିପାକ୍ଷିକ ଆଲୋଚନା ଗତକାଲି ଭୁବନେଶ୍ୱର ରେ ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନା ପରେ ଡିଜି ପୋଲିସ ରାଜେନ୍ଦ୍ର ଶର୍ମା କହିଛନ୍ତି ଯେ “ମାଓ ଅପରେସନ କ୍ଷେତ୍ରରେ ଦୁଇ ରାଜ୍ୟର ପୋଲିସଙ୍କ ମଧ୍ୟରେ କୋର୍ଡିନେସନ ଏବଂ କୋଅପରେସନ କିପରି ରକ୍ଷା କରାଯାଇପାରିବ ସେନେଇ ବୈଠକରେ ଗୁରୁତ୍ୱ ଦିଆଯାଇଛି । ଏଥିସହ ଦୁଇରାଜ୍ୟ ମଧ୍ୟରେ ଗୁଇନ୍ଦା ସହଯୋଗକୁ କିପରି ବ୍ୟାପକ କରାଯାଇ ପାରିବ ଏହାକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା “।

ଏହା ସହ ଗୁରୁପ୍ରିୟା ସେତୁର ସୁରକ୍ଷାକୁ ନେଇ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି । ସେହିପରି ମାଓବାଦୀ ଙ୍କ ଗତିବିଧି ଉପଟେ ତୀକ୍ଷ୍ଣ ନଜର ରଖାଯିବା ସହ ସେମାନଙ୍କ ମୁକାବିଲା ପାଇଁ ଡିଜିପି ସ୍ତରୀୟ ଓ ମାଓ ପ୍ରବଣ ଜିଲ୍ଲାମାନଙ୍କର ଏସପି ସ୍ତରୀୟ ବୈଠକ କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ଡିଜିପି ବୈଠକ ପରେ ସୂଚନା ଦେଇଛନ୍ତି ।

ଅପରପକ୍ଷରେ,ଆନ୍ଧ୍ର ଡିଜିପି ଆର.ପି ଠାକୁର କହିଛନ୍ତି ୨୦୧୯ ନିର୍ବାଚନକୁ ଆଉ ମାତ୍ର ୬/୭ମାସ ସମୟ ଥିବାରୁ ମାଓ ମୁକାବିଲା ପାଇଁ କେନ୍ଦ୍ରରୁ ଅଧିକ ଫୋର୍ସ ମଗାଯିବ । ସେହିପରି ନେତା ଓ ମନ୍ତ୍ରୀମାନଙ୍କର ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯିବା ସହ ମାଓ ଦମନ ପାଇଁ କଡା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ଆନ୍ଧ୍ର ଡିଜିପି କହିଛନ୍ତି ।

Leave A Reply

Your email address will not be published.