ସାଂଗଠନିକ ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକମାନଙ୍କ ସହ ବିଜେଡ଼ି ସୁପ୍ରିମୋଙ୍କ ବୈଠକ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଜାତୀୟ ଅଧ୍ୟକ୍ଷ ଅମିତ୍ ଶାହଙ୍କ ଓଡିଶା ଗ୍ରସ୍ତ ପରେ ସକ୍ରିୟ ହୋଇ ଉଠିଛି ବିଜେଡି । ସେମାନଙ୍କ ଠାରୁ ସମାଲୋଚିତ ହେବାପରେ ନିର୍ବାଚନ ପୂର୍ବରୁ ନିଜର ସ୍ଵଶ୍ଚ ଓ ନିର୍ମଳ ଭାବମୂର୍ତ୍ତରେ ଆଞ୍ଚ ନ ଆସିବା ପାଇଁ ବିଜେଡି ନିଜର ସାଂଗଠନିକ କାର୍ଯ୍ୟକ୍ରମ ଅଧିକ ବ୍ୟାପକ କରିବା ପାଇଁ ପ୍ରସ୍ତୁତି ଚଳାଇଛି ।

ସୂଚନା ଅନୁଯାୟୀ, ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ସମସ୍ତ ସାଂଗଠନିକ ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକମାନଙ୍କ ବୈଠକ ଡକାଇଛନ୍ତି।

ଏହି ବୈଠକରେ ଦଳର ପଦଯାତ୍ରା, ମହିଳା ସମାବେଶ, ୱାର୍ଡ କମିଟି ଗଠନ ଆଦି ସମ୍ପର୍କରେ ଦଳର ନେତାମାନଙ୍କ ସହ ଆଲୋଚନା କରିବା ସହ ଦଳୀୟ ସଂଗଠନକୁ ସୁଦୃଢ଼ ରଖିବା ପାଇଁ ଅନ୍ୟ କ’ଣ ସବୁ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି ସେ ସମ୍ପର୍କରେ ବିଜେଡି ସୁପ୍ରିମୋ ଦଳର ନେତାମାନଙ୍କଠୁ ମତାମତ ନେଇଥିବା ଜଣାପଡ଼ିଛି।

ବିଜେପି ଆକ୍ରମଣାତ୍ମକ ହୋଇ ଆଗାମୀ ନିର୍ବାଚନରେ ବିଜେଡିକୁ ମାତ୍ ଦେବାକୁ ଫୁଲ ଦମରେ ଲାଗିପଡିଥିବା ବେଳେ କଂଗ୍ରେସ ନିଜର ସାଙ୍ଗଠନିକ ପୁନରୁଦ୍ଧାର ରେ ଲାଗି ପଡିଛି । ତେଣୁ ଆଗାମୀ ନିର୍ବାଚନରେ ଆଶାନୁରୂପ ସିଟ୍ ଜିତିବା ବିଜେଡି ପାଇଁ ଏକପ୍ରକାର ଚ୍ୟାଲେଞ୍ଜ ପାଲଟିଛି ।

ବିଜେପି ମିସନ ୧୨୦ ଲକ୍ଷରେ ୬୦ ହଜାର ମହିଳା ଶକ୍ତିକେନ୍ଦ୍ର ଓ ୩୦ହଜାର ୱାର୍ଡ କମିଟି ମାଧ୍ୟମରେ ରାଜ୍ୟରେ ନିଜର ସଂଗଠନକୁ ସୁଦୃଢ଼ କରୁଥିବାବେଳେ ବିଜେଡି ଏସବୁ କ୍ଷେତ୍ରରେ ପଛରେ ପଡ଼ିଯାଇ ଥିବାରୁ ଗାଁ ଗହଳିରେ ବିଜେପିର ପ୍ରଭାବକୁ ରୋକିବାକୁ ନେତାମାନଙ୍କୁ ନବୀନ କର୍ଣ୍ଣମନ୍ତ୍ର ଦେବାକୁଥିବା ଜଣାପଡ଼ିଛି ।

Leave A Reply

Your email address will not be published.