ଶାହରୁଖଙ୍କୁ ଦେଖିବାକୁ ବିବାହ ପ୍ରସ୍ତାବ ଛାଡି ବିମାନ ବନ୍ଦରରେ ପହଞ୍ଚିଥିଲେ ଯୁବତୀ, ଦେଖନ୍ତୁ ଭିଡିଓ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବଲିଉଡ୍ ସୁପରଷ୍ଟାର ଶାହରୁଖଙ୍କୁ ଦେଖିବାକୁ ବିବାହ ପ୍ରସ୍ତାବ ଛାଡି ଜାମସେଦପୁର ରୁ ଆସିଥିଲେ ଯୁବତୀ ।

ଆଶ୍ଚର୍ଯ୍ୟ ଲାଗୁଥିଲେବି କଥାଟି ସତ । ଜଣେ ଯୁବତୀଙ୍କ ବିବାହ ପାଇଁ ପ୍ରସ୍ତାବ ସ୍ଥିର ହୋଇଥିଲା । ମାତ୍ର ଛୋଟ ବେଳୁ ଶାହରୁଖଙ୍କୁ ଦେଖିବାର ନିଶା ତାଙ୍କୁ ଟାଣି ଆଣିଥିଲା ଭୁବନେଶ୍ୱର । ପିତା ମାତାଙ୍କ ବାରଣ ଓ ଦେହ ଅସୁସ୍ଥତା ମଧ୍ୟ ଅଟକାଇ ପାରିନଥିଲା ତାଙ୍କ ପାଦ । ପୁରୁଷ ବିଶ୍ୱକପ ହକି ରେ ତାଙ୍କ ପ୍ରିୟ ଶାହରୁଖ ଖାନ ଆସୁଛନ୍ତି ଶୁଣି ଏକୁଟିଆ ଚାଲିଆସିଥିଲେ ଭୁବନେଶ୍ୱର । ଶାହରୁଖଙ୍କୁ ନିଜ ଭଗବାନ କହୁଥିବା ଏହି ଯୁବତୀ ଜଣକ ବିମାନ ବନ୍ଦରରେ ଅପେକ୍ଷା କରି ରହିଥିଲେ । ଶାହରୁଖ କେଉଁ ଗେଟ ଦେଇ ବାହାରକୁ ଆସିବେ ତାହା ଜଣା ନଥିବାରୁ ସେ ସାଇ ରାମ ସାଇ ରାମ ପ୍ରାର୍ଥନା କରି ଚାଲିଥିଲେ । ମାତ୍ର ଶାହରୁଖ ଚଟାର୍ଡ ପ୍ଲେନ ରୁ ଓଲ୍ହାଇ କାର ରେ ସିଧା କଳିଙ୍ଗ ଷ୍ଟାଡିଅମ ଚାଲିଯାଇଥିବାରୁ ଯୁବତୀ ଜଣକୁ ନିରାଶ ହୋଇ ଘରକୁ ଫେରିବାକୁ ପଡିଥିଲା ।

Leave A Reply

Your email address will not be published.