୨୪ଘଣ୍ଟିଆ ଔଷଧ ଦୋକାନ ବନ୍ଦ, ଲୋକେ ହନ୍ତସନ୍ତ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜରୁରୀକାଳୀନ ସେବା ବା ୨୪ ଘଣ୍ଟିଆ ଯୋଗାଇ ଦିଆଯାଉଥିବା ସେବା ଗତକାଲି ବନ୍ଦ ରହିଥିଲା । ଗତକାଲି ସକାଳ ୬ଟାରୁ ରାଜ୍ୟର ୨୨ ହଜାର ଔଷଧ ଦୋକାନରେ ତାଲା ଝୁଲିଥିଲା । ଇ-ଫାର୍ମାସି ଓ ଅନଲାଇନରେ ଔଷଧ ବିକ୍ରିକୁ ଔଷଧ ବ୍ୟବସାୟୀ ସଂଘ ବିରୋଧ କରି ଏହି ବନ୍ଦ ଡାକରା ଦେଇଥିଲା ।

ଉକ୍ରଳ କେମିଷ୍ଟ ଆଣ୍ଡ୍ ଡ୍ରଗିଷ୍ଟ ଆସୋସିଏସନ୍ କହିବା ଅନୁଯାୟୀ, ଅନଲାଇନ ବଡ ବ୍ୟବସାୟୀମାନେ କେନ୍ଦ୍ରସରକାରଙ୍କ ଔଷଧ ବିତରଣି ଆଇନକୁ ଖୋଲାଖୋଲି ଉଲଂଘନ କରିଚାଲିଛନ୍ତି । ଅନଲାଇନ ଓ ସୋସିଆଲ ମିଡିଆରେ ବିଜ୍ଞାପନ ସହ ପ୍ରଚାର ପ୍ରସାର ଖୁବ ଯୋରରେ ଚଳାଇ ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି । ସରକାରଙ୍କ ଏହି ନିଷ୍କ୍ରିୟତାକୁ ସର୍ବଭାରତୀୟ ସ୍ତରରେ ଥିବା ୧୦ ଲକ୍ଷ ଔଷଧ ବ୍ୟବସାୟୀଙ୍କୁ ଆନ୍ଦୋଳିତ କରିଛି ଯାହାଫଳରେ ସଂଘ ରାସ୍ତାକୁ ଓଲ୍ହାଇଛି । ଅଖିଳଭାରତୀୟ କହିବାନୁଯାୟୀ ଯଦି ଆଗମୀଦିନରେ ସରକାର ଏଥିପ୍ରତି କୌଣସି ଦୃଷ୍ଟି ନଦିଅନ୍ତି ତେବେ ସଂଘ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଦୋକାନ ବନ୍ଦ ରଖିବାକୁ ପଛାଇବନି ବୋଲି ମଧ୍ୟ ଚେତାବନୀ ଦେଇଥିଲା ।

ଏହି ବନ୍ଦରୁ ସରକାରୀ ଓ ବେସରକାରୀ ଡାକ୍ତରଖାନା ଭିତରେଥିବା ଔଷଧ ଦୋକାନ ଗୁଡିକୁ ବାଦ ଦିଆଯାଇଥିଲା । ମାତ୍ର ମେଡିକାଲରେ ସବୁ ପ୍ରକାରର ଔଷଧ ମିଳୁନଥିବାରୁ ରୋଗୀ ବହୁତ ହାଇରଣ ହୋଇଥିଲେ ।

ସେହିପରି ଖୁଚୁରା ବଜାରରେ ଏଫଡିଆଇକୁ ବିରୋଧ କରି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ମଧ୍ୟ ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା । ଧର୍ମଘଟ ଯୋଗୁଁ ଦେଶରେ ପ୍ରାୟ ୬ କୋଟି ୩୫ ଲକ୍ଷ ଏବଂ ରାଜ୍ୟରେ ପ୍ରାୟ ୨୦ ଲକ୍ଷ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଥିଲା ।

Leave A Reply

Your email address will not be published.