ମିଶନ ଶକ୍ତିର ଷ୍ଟ୍ରାଟେଜି ସହ ଅପରାଜିତା ସୁନ୍ଦରପଦାରୁ ଆରମ୍ଭ କରିବେ କ୍ୟାମ୍ପେନିଂ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାଧାରଣ ନିର୍ବାଚନ ପାଖେଇଲାଣି । ସମସ୍ତେ ସଜବାଜ ହେଲେଣି । ବିଜେଡ଼ି, ବିଜେପି ଓ କଂଗ୍ରେସ ନୂଆ ହେଉକି ପୁରୁଣା ନେତା ସମସ୍ତେ ଅଣ୍ଟା ଭିଡ଼ିବାକୁ ତୟାର । ସଦ୍ୟ ଭାବେ ବିଜେପିରେ ସାମିଲ ହୋଇଥିବା ଅପରାଜିତା ଷଢଙ୍ଗୀ ମଧ୍ୟ ଆରମ୍ଭ କଲେଣି ତାଙ୍କ ରାଜନୈତିକ ଷ୍ଟ୍ରାଟେଜି । ଆସନ୍ତା କାଲି ପ୍ରଥମେ ଏକାମ୍ର ନିର୍ବାଚନ ମଣ୍ଡଳୀର ସୁନ୍ଦରପଦା ଓ ପରେ ଜଟଣୀ ନିର୍ବାଚନ ମଣ୍ଡଳୀର ତାରାଭୋଇ ଠାରୁ ଅପରାଜିତା ନିଜ ଜନ ସମ୍ପର୍କ କାର୍ଯ୍ୟକ୍ରମ ଓ ନିର୍ବାଚନ କ୍ୟାମ୍ପେନିଂ ର ଶୁଭାରମ୍ଭ କରିବେ ।

ତାଙ୍କର ରାଜନୀତି ପ୍ରତି ରୁଚି ସମ୍ୱନ୍ଧରେ ପଚାରିବାରୁ ସେ ଖୁବ ହାଲକା ଭାବରେ କହିଥିଲେ ବର୍ତ୍ତମାନ ମୁଁ ନୂଆକରି ରାଜନୀତିରେ ପାଦ ଥାପିଛି କିନ୍ତୁ ସ୍କୁଲ ଓ କଲେଜରେ ଅନେକ ଥର ନେତୃତ୍ୱ ନେଉଥିଲି । ଲୋକଙ୍କ ପାଇଁ କିଛି କରିବାକୁ ମୁଁ ସବୁବେଳେ ଭଲପାଏ । ତେଣୁ ମୁଁ କଥାରେ ସମୟ ନଷ୍ଟ ନକରି ଲୋକଙ୍କ ପାଖକୁ ଯାଇ ସିଧାସଳଖ ଭାବେ ସେମାନଙ୍କ ସହ ସମ୍ପର୍କ ସ୍ଥାପନ କରିବାକୁ ମୁଁ ଦୃଢମନା । ତାଙ୍କର ନିର୍ବାଚନ କ୍ୟାମ୍ପେନିଂ ଓ ରୋଡମ୍ୟାପ ପାଇଁ ଏକ ଟିମ ପ୍ରସ୍ତୁତି ହୋଇସାରିଛି । ଟିମର ଗତିବିଧି ଓ ତାଙ୍କ ଅଫିସର କାନ୍ଥ ର ସାଜସଜ୍ଜା କୁ ନିରୀଖି ଦେଖିଲେ ଭୁବନେଶ୍ୱର ଲୋକସଭା ର ୭ଟି ନିର୍ବାଚନ ମଣ୍ଡଳୀର ସମ୍ପୂର୍ଣ୍ଣ ଚିତ୍ର ଲାଗିଥିବାରୁ ଏହା ସ୍ପଷ୍ଟ ଭାବେ ବାରି ହୋଇପଡୁଛି ଯେ ଭୁବନେଶ୍ୱର ଲୋକସଭା ଆସନରେ ଲଢ଼ିବା ପାଇଁ ସେ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ।

ବିଶେଷସୂତ୍ର ଅନୁଯାୟୀ, ଅପରାଜିତା ଙ୍କ ଏହି ରୋଡମ୍ୟାପ ଓ ଷ୍ଟ୍ରାଟେଜି ରେ ଫୋକସ ରେ ରହିଛି ୨୦୦୩ ରେ ସେ ନିର୍ଦେଶକ ଥିବା ମିଶନ ଶକ୍ତି ର ମହିଳା । କାରଣ ସେ ଯେଉଁ ବିଭାଗ ରହିଛନ୍ତି ସେ ବିଭାଗ ର ଟିକନିକ କାର୍ଯ୍ୟ ଓ ସେ ବିଭାଗ ର ପ୍ରତେକ କର୍ମଚାରୀଙ୍କ ପ୍ରତି ଅବଗତ ଥାନ୍ତି । ସେହି ବିଭାଗର ଦୁଇ ରିଟାର୍ଡ ଓଏଏସ ଅଫିସର ଙ୍କୁ ନେଇ ସେ ତାଙ୍କ ଷ୍ଟାଟଜି ଆରମ୍ଭ କରିଛନ୍ତି। ଏହି ଦୁଇ ଓଏଏସ ଅଫିସର ଯୋଗାଇଥିବା ତଥ୍ୟ ଅନୁଯାୟୀ ଅପରାଜିତା ସିଧାସଳଖ ନାରୀ ଶକ୍ତି ର ମୁଖିଆ ଓ ମହିଳା ଙ୍କ ନିକଟତର ହେଇପାରିବେ ଯାହାକି ତାଙ୍କ ନିର୍ବାଚନ ରେ ପ୍ଲସପଏଣ୍ଟ ହେବବୋଲି ସେ ଆଶାବାଦୀ ।

Leave A Reply

Your email address will not be published.