ଧାନ ମେଶିନରେ ପଡି ୪ବର୍ଷର ଶିଶୁପୁତ୍ରର ମୃତ୍ୟୁ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ତିଲିଆ ପଞ୍ଚାୟତ ବରଙ୍ଗାମାଲ ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି । ଧାନ ଅମଳ ସମୟରେ ମେଶିନରେ ପଶି ଜଣେ ୪ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି । ସେ ହେଲେ ସେହି ଗ୍ରାମର କିଶୋର ଚନ୍ଦ୍ର ଭୋଇଙ୍କ ପୁଅ ସୌମ୍ୟରଞ୍ଜନ(୪) । 

କିଶୋର ଧାନ ଅମଳ ପାଇଁ ସିଙ୍ଗେଇପାଲି ଗ୍ରାମରୁ ଥ୍ରେସର ମେଶିନ ଭଡ଼ାରେ ଆଣି ଖଳାରେ ମେଶିନରେ ଧାନ ଅମଳ କରୁଥିଲେ । ଏହି ସମୟରେ ସୌମ୍ୟରଞ୍ଜନ ଟ୍ରାକ୍ଟର ଉପରେ ବସିଥିଲେ । ମାତ୍ର ଅସାବଧାନତା ବଶତଃ ସେ ମେଶିନ ଭିତରେ ପଡିଯାଇଥିଲେ । ଏହା ଦେଖି ପାଖରେ ଥିବା ଟ୍ରାକ୍ଟର ଚାଳକ ମେଶିନକୁ ବନ୍ଦ କରିଦେଇଥିଲେ । ମେଶିନ ବନ୍ଦହେବା ପରେ ଗୁରୁତର ଅବସ୍ଥାରେ ସୌମ୍ୟରଞ୍ଜନଙ୍କୁ ଇବ୍‌ ଥର୍ମାଲ ଓ ପରେ ବେଲପାହାଡ଼ ଟିଆର୍‌ଏଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।ଖବରପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ଝାରସୁଗୁଡା ପଠାଇଛି । ଦୁର୍ଘଟଣା ସମୟରେ ଶିଶୁପୁତ୍ରକୁ ରକ୍ଷାକରିବା ପାଇଁ ମେଶିନ ଚାଳକ ଜନ୍ମେଜୟ ବାଗ୍‌ ଉଦ୍ୟମ କରିଥିବା ବେଳେ ସେ ନିଜେ ଆହତ ହୋଇଛନ୍ତି ।

Leave A Reply

Your email address will not be published.