୫ଟି ରାଜ୍ୟର ନିର୍ବାଚନ ଫଳାଫଳ, ବିଜେପି କୁ ଝଟକା, ବାଜିମାରିଲା କଂଗ୍ରେସ

0

ଓଡିଶା ଫାଷ୍ଟ(ବ୍ୟୁରୋ): ଆଜି ଦେଶର ମିଜରାମ,ମଧ୍ୟ ପ୍ରେଦେଶ,ରାଜସ୍ଥାନ, ତେଲେଙ୍ଗାନା, ଛତିଶଗଡ଼ ଆଦି ୫ଟିରାଜ୍ୟରେ ଭୋଟ ଗଣତି ଚାଲିଛି । ଏହା ମଧ୍ୟରୁ ମଧ୍ୟପ୍ରେଦେଶ, ରାଜସ୍ଥାନ, ଛତିଶଗଡ଼ ରେ ବିଜେପି ଶାସନ ଥବା ବେଳେ,ମିଜରାମ ଏବଂ ତେଲେଙ୍ଗାନା ରେ ଆଞ୍ଚଳିକ ଦଳ ଶାସନ ଭାର ସମ୍ଭାଳିଥିଲେ । ଦିନ ୧୦ଟା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ତେଲେଙ୍ଗାନା ରେ ମୋଟ ଆସନ ସଂଖ୍ୟା ୧୧୯ ଥିବାବେଳେ ଟି.ଆର.ଏସ ୭୯ରେ ଆଗରେ ଅଛି, କଂଗ୍ରେସ ୨୦ ଟି ଆସନରେ ଆଗରେ ଅଛି । ଛତିଶଗଡ଼ ରେ ମୋଟ ଆସନ ସଂଖ୍ୟା ୯୦ଥିବା ବେଳେ ବିଜେପି ୨୪ ଓ କଂଗ୍ରେସ ୫୪ଟି ରେ ଆଗରେ ଅଛି, ରାଜସ୍ଥାନରେ ମୋଟ ଆସନ ସଂଖ୍ୟା ୧୯୯ ଥିବା ବେଳେ କଂଗ୍ରେସ ୧୦୨ ଆସନରେ ଆଗରେ ଥିବାବେଳେ ବିଜେପି ୮୧ ଟିରେ ଆଗରେ ଅଛି ,ଏବଂ ବିଏସ୍ପି ୪ଟି ଆସନରେ ଆଗରେ ଅଛି ।ସେହି ଭଳି ମଧ୍ୟ ପ୍ରଦେଶର ରେ ମୋଟ ଆସନ ସଂଖ୍ୟା ୨୩୦ଥବା ବେଳେ ବିଜେପି ୧୧୦, କଂଗ୍ରେସ୧୧୦ ଓ ଅନ୍ୟାନ୍ୟ ଦଳ ୧୦ଟିରେ ଆଗରେ ଅଛି । ମିଜରାମ ରେ ମୋଟ ଆସନ ସଂଖ୍ୟା ୪୦ଥିବା ବେଳେ ଏମ ଏନ ଏଫ ୧୯ଟିରେ ଏବଂ କଂଗ୍ରେସ ୧୩ଟିରେ ଆଗରେ ଅଛି । ଯଦି ଏହି ପ୍ରକାର ଫଳାଫଳ ଆଗକୁ ଆସେ ତାହାଲେ କଂଗ୍ରେସ ଅତି କମ ରେ ୩ଟି ରାଜ୍ୟ ରେ ଶାସନ କରିବ ବୋଲି ଜଣାପଡିଛି ।

Leave A Reply

Your email address will not be published.